Monday, November 16, 2026
Home ଆଞ୍ଚଳିକ ବେଲଗୁଣ୍ଠା ବଣିକ ସଂଘ ଉପସଭାପତିଙ୍କ ଘରୁ ନଗଦ ଏକ ଲକ୍ଷ ଏବଂ ଲକ୍ଷାଧିକ ଟଙ୍କାର ଗହଣା...

ବେଲଗୁଣ୍ଠା ବଣିକ ସଂଘ ଉପସଭାପତିଙ୍କ ଘରୁ ନଗଦ ଏକ ଲକ୍ଷ ଏବଂ ଲକ୍ଷାଧିକ ଟଙ୍କାର ଗହଣା ଚୋରି

38

ବେଲଗୁଣ୍ଠା,୧୬/୧୦(ଜିଲ୍ଲା ଖବର) : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ବେଲଗୁଣ୍ଠା ଅଞ୍ଚଳରେ ଚୋରମାନଙ୍କ ପ୍ରାଦୁର୍ଭାବ ବଢ଼ିଛି I ଗତ କାଲି ରାତିରେ ବେଲଗୁଣ୍ଠା ବଣିକ ସଂଘ ଉପ-ସଭାପତି କାଳୁ ଚରଣ ପଣ୍ଡାଙ୍କ ବାସ ଗୃହ ତଥା ଲୋକନାଥ ଭବନରୁ ଚୋର ମାନେ କଳା କନା ବୁଲାଇ ନଗଦ ଏକ ଲକ୍ଷ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଚୋରି କରି ନେଇଥିବା ବେଲଗୁଣ୍ଠା ଫାଣ୍ଡିରେ ଅଭିଯୋଗ ହୋଇଛି I କାଳୁ ଚରଣ ପଣ୍ଡାଙ୍କ ଘରର ସିସିଟିଭି ଦୃଶ୍ୟ ଅନୁସାରେ ଗତ କାଲି ରାତି ଗୋଟାଏ ପରେ ଦୁଇରୁ ଅଧିକ ଦୁର୍ବୁର୍ତ୍ତ ତାଙ୍କ ଘର ଗ୍ରୀଲ ତାଡ଼ି ଆସିଥିବା ବେଳେ ଦୁଇ ଜଣ ଚୋର କୌଶଳ କ୍ରମେ କବାଟ ଖୋଲି ଘରେ ପଶିଥିଲେ I ଘର ଭିତରେ ପଶିବା ପରେ ସିସିଟିଭି କ୍ୟାମେରାକୁ ଦେଖି ନିଜ ମୁହଁକୁ ଘୋଡାଇ ଦେଇଥିଲେ I ଶ୍ରୀ ପଣ୍ଡା ଏବଂ ତାଙ୍କ ପରିବାର ଉପର ଘରେ ଶୋଇଥିବା ବେଳେ ଚୋର ମାନେ ସେହି ଘରର କବାଟକୁ ବାହାର ପଟୁ ବନ୍ଦ କରିଦେଇଥିଲେ I ପରେ ଘରେ ଅଧ ଘଣ୍ଟା ଧରି ଲୁଟ୍ ତରାଜ କରିବା ସହ ଆଲମାରି ଭାଙ୍ଗି ୧00 ଗ୍ରାମରୁ ଅଧୂକ ଓଜନର ସୁନା ଗହଣା, ୩00 ଗ୍ରାମରୁ ଅଧିକ ଓଜନର ରୁପା ଗହଣା, ନଗଦ ଲକ୍ଷାଧିକ ଟଙ୍କା ନେଇଯିବା ସହ ଘରର ଜିନିଷପତ୍ରକୁ ଏଣେ ତେଣେ ଫୋପାଡ଼ି ଦେଇଥିଲେ I ଆଜି ସକାଳେ ଶ୍ରୀ ପଣ୍ଡା ବେଲଗୁଣ୍ଠI ଫାଣ୍ଡିରେ ଅଭିଯୋଗ କରିବା ପରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ।କୁମାର ସାହୁ ଏବଂ ଛତ୍ରପୁରରୁ ଆସିଥିବା ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ଚୋର ମାନଙ୍କ ସନ୍ଧାନ ମିଳିପାରିନାହିଁ I ଏନେଇ ବେଲଗୁଣ୍ଠା ଫାଣ୍ଡିରେ କେସ୍ ନମ୍ବର ୫୪୨/୨0 ରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତକୁ ଜୋରଦାର କରାଯାଉଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I

ରିପୋର୍ଟ ଶିବରାମ ଚୌଧୁରୀ ।