Monday, November 16, 2026
Home ଆଞ୍ଚଳିକ ଦାମୋଦରପୁର ଗ୍ରାମରେ ପରିମଳ ବ୍ୟବସ୍ଥାର ନଗ୍ନ ଚିତ୍ର

ଦାମୋଦରପୁର ଗ୍ରାମରେ ପରିମଳ ବ୍ୟବସ୍ଥାର ନଗ୍ନ ଚିତ୍ର

54

ଗଞ୍ଜାମ,୧୬/୧୦ (ଜିଲ୍ଲା ଖବର) : ଗଞ୍ଜାମ ଏନ.ଏ.ସି. ଅନ୍ତର୍ଗତ ଦାମୋଦରପୁର ଗ୍ରାମ 12 ନମ୍ବର ୱାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଦେଖିବାକୁ ମିଳିଛି। ଯା’ହାକୁ ନେଇ ୱାର୍ଡବାସୀଙ୍କ ମଧ୍ୟରେ ଘୋର ଉଦବେଗ ପ୍ରକାଶ ପାଇଛି। ୱାର୍ଡର ପ୍ରତ୍ୟକ ଦିନ ସଫାଇ ହେଉଥିବା ଅଳିଆ ଆବର୍ଜନା ପ୍ରତିଦିନ ସଫେଇ କର୍ମଚାରୀ ମାନେ ରେଡି ସାହି ଶେଷ ମୁଣ୍ଡରେ ଢାଳି ଦେଇ ଯାଉଛନ୍ତି, ହେଲେ ସେଠାରୁ ସେଗୁଡିକ ବାହାର କରିବାର ବ୍ୟବସ୍ଥା କରୁନାହାନ୍ତି। ଫଳରେ ବର୍ଷା ଜଳ ପଡିଲେ ସେଠାରେ ପୁତିଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି। ଯାହାକୁ ନେଇ ମଶା ମାଛି ବଂଶ ବୃଦ୍ଧି ହେବାର ସମ୍ଭାବନା ରହିଛି।

     ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶହ ଶହ ୱାର୍ଡ ବାସିନ୍ଦା ଯିବା ଆସିବା କରୁଥିବା ବେଳେ କରୋନା ମାହାମାରୀ ସମୟରେ ବରିଷ୍ଟ ନାଗରିକ ଓ ଛୋଟ ଶିଶୁ ମାନଙ୍କ ପାଇଁ ବିପଦ ରହିଥିବା ଆଶଙ୍କା ରହିଛି।ଅନ୍ୟପଟେ ଉକ୍ତ ରାସ୍ତା ଦେଇ ଛାତ୍ରଛାତ୍ରୀ ମାନେ ପ୍ରତିଦିନ ଟିୟୁସନ ଯିବା ଆସିବା କରୁଥିବା ବେଳେ ସହର ସଭ୍ୟତାର ନଗ୍ନ ଚିତ୍ର ପ୍ରତୀୟମାନ ହେଉଥିବା ଚର୍ଚ୍ଚା ହେଉଛି। ଶୁକ୍ରବାର ରାତ୍ରରେ ଷ୍ଟିର୍ଟ ଲାଇଟ ଜଳୁ ନଥିବା ବେଳେ ଅଞ୍ଚଳବାସୀ ଯିବା ଆସିବା କ୍ଷେତ୍ରରେ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଥିବା ଲକ୍ଷ କରାଯାଇଥିଲା।  ଏନ ଏ ସି କର୍ତ୍ୟୁପକ୍ଷ ତୁରନ୍ତ ସେଠାରୁ ଅଳିଆ ଆବର୍ଜନା ହଟାଇବା ପାଇଁ ପଦକ୍ଷେପ ନେବାକୁ ଦୃଢ଼ ଦାବି ହେଉଛି।

ରେପୋର୍ଟ ପ୍ରଦୀପ କୁମାର ସାହୁ।