Monday, November 16, 2026
Home ଆଞ୍ଚଳିକ ପାଣି ଘେରରେ ସହସ୍ରାଧିକ ଏକର ଚାଷ ଜମି , ପରିଦର୍ଶନ କରି ଅନୁଧ୍ୟାନ କଲେ ବିଭାଗୀୟ...

ପାଣି ଘେରରେ ସହସ୍ରାଧିକ ଏକର ଚାଷ ଜମି , ପରିଦର୍ଶନ କରି ଅନୁଧ୍ୟାନ କଲେ ବିଭାଗୀୟ ଯନ୍ତ୍ରୀ

16

ଛତ୍ରପୁର,୧୬/୧୦(ଜିଲ୍ଲା ଖବର) : ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବରଙ୍ଗ ଆଖପାଖ ଗାଁ ର ସହସ୍ରାଧିକ ଏକର ଚାଷ ଜମି ଜଳାର୍ଣ୍ଣବ ପାଲଟିଛି । ଫଳରେ ଚାଷୀ ମୁଣ୍ଡରେ ଏବେ ଭାଳେଣି ପଡିଛି । ଲଗାଣ ବର୍ଷା ଯୋଗୁଁ ସବୁଆଡର ଅତ୍ୟାଧିକ ବର୍ଷା ପାଣି ଜୟ ମଙ୍ଗଳ କେନାଲରେ ଆସିବା ଦ୍ୱାରା ଜଳ ନିଷ୍କାସନ ହୋଇ ନପାରି ବର୍ତ୍ତମାନ ଚାଷ ଜମିରେ ପଶିଯାଇଛି । ଯାହାଫଳରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଖବର ପାଇଁ ପୋଟ୍ଟଲାମପୁର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ରାଉତରାୟ ଜଳମଗ୍ନ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । ଯଦି ଚାଷ ଜମି ପାଣି ଦିନେ ଦୁଇ ଦିନ ନିଷ୍କାସନ ନହୋଇ ଜମି ରହେ । ତେବେ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ବରଙ୍ଗ ଗ୍ରାମର ଯୁବନେତା ସପନ ନାହାକ, ଚାଷୀନେତା ସିମାଞ୍ଚଳ ନାହାକ, ରାମକୃଷ୍ଣ ମହାପାତ୍ର, ବୃନ୍ଦାବନ ଗୈାଡ, ବାପିନୀ ନାହାକ କହିଛନ୍ତି । ତେଣୁ ଜିଲ୍ଲାପ୍ରଶାସନ ଏହାର ସୁବ୍ୟବସ୍ଥା କରିବାକୁ ସେମାନେ ଦାବୀ କରିଛନ୍ତି । ସୂଚନା ଯୋଗ୍ୟ ଗତ କିଛି ଦିନ ତଳେ ଜୟମଙ୍ଗଳ କେନାଲ କୁ ଜଳ ସେଚନ ବିଭାଗ ପକ୍ଷରୁ ସଫା କରାଯାଇଥିଲ।। ଚଳିତ ବର୍ଷ ବର୍ଷାର ପରିମାଣ ଅଧିକ ହେବା ଯୋଗୁଁ ଚାରିଆଡର ବର୍ଷା ପାଣି ଏହି କେନାଲ ଦେଇ ଆସୁଛି । ତେଣୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଜୟ ମଙ୍ଗଳ କେନାଲ କୁ ଆହୁରୀ ଓସାର କରିବା ଦରକାର । ଏନେଇ ବିଭାଗ ପକ୍ଷରୁ ପ୍ଲାନ ତିଆରି କରାଯାଇଛି । ମାତ୍ର ସେମାନଙ୍କୁ ଜାଗା ଦରକାର । ଚାଷୀ ମାନେ ୧୦ମିଟର ଲେଖାଏଁ ଜାଗା ପ୍ରଦାନ କେନାଲ ଓସାର ହୋଇପାରିବା । ଯାହାଫଳରେ କେନାଲରେ ପାଣି ନିଷ୍କାସନ ହେବାରେ ସୁବିଧା ହୋଇପାରିବ ବୋଲି ଜୈନକ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି

ରିପୋର୍ଟ ଅଶୋକ କୁମାର ବେହେରା ।