ଏମକେସିଜି ମେଡିକାଲ କଲେଜ ହସପିଟାଲର କନିଷ୍ଠ କିରାଣୀ ଭିଜିଲାନ୍ସ ଜାଲରେ

25

ବ୍ରହ୍ମପୁର, (ଲଷ୍ମୀନାରାୟଣ ମିଶ୍ର ) : ଏମକେସିଜି ମେଡିକାଲ କଲେଜ ହସପିଟାଲର କନିଷ୍ଠ କିରାଣୀ ଅଜିତ କୁମାର ସାହୁ। ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ଚଢ଼ାଉ ହୋଇ ଥିବା ଭିଜିଲାନ୍ସ ଏସ୍ପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି। ଚଢାଉ ଏକା ସାଙ୍ଗରେ ୫ ଟି ସ୍ଥାନରେ ଚାଲିଛି।

ଆମ୍ବପୁଆ ନିକଟ ସିବାପଦ୍ମ ସ୍ଥିତ ଡୁପ୍ଲେକ୍ସ କୋଠା, ଗଜପତି ନଗର-୭ମ ଲାଇନରେ ଥିବା ୩ମହଲା ଘର, ଲାଞିପଲ୍ଲି ସ୍ଥିତ ୩ମହଲା ଘର, ଏମକେସିଜି ମେଡିକାଲ କଲେଜ ହସପିଟାଲ ପରିସରରେ ଥିବା କାର୍ଯ୍ୟାଳୟ ସମେତ ଲାଞିପଲ୍ଲି ସ୍ଥିତ ଚନ୍ଦନା ଟ୍ରେଡସ ନାମକ ସିମେଣ୍ଟ ଗୋଦାମ ଘରରେ ମଧ୍ୟ ଭିଜିଲାନ୍ସର ଚଢାଉ ଜାରି ରହିଛି।  ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ କେଶ ନଂ/୪-୧୯ ମାମଲା ରୁଜୁ ହୋଇଛି।  ବୋଲି ଭିଜିଲାନ୍ସ ଏସ୍ପି ମାୟାଧର ସ୍ୱାଇଁ ସୂଚନା ।