
ଗଞ୍ଜାମ,୧୬/୧୦ (ଜିଲ୍ଲା ଖବର) : ଗଞ୍ଜାମ ଏନ.ଏ.ସି. ପକ୍ଷରୁ ଦୁଇ ଜଣ ଅଙ୍ଗନବାଡି କର୍ମୀ ଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି।ସେମାନେ ହେଲେ ଗଞ୍ଜାମ ଏନ ଏ ସି ର 3 ନମ୍ବର ୱାର୍ଡର ବବିତା ସେଠୀ ଓ 5 ନମ୍ବସର ୱାର୍ଡ ର ବବିତା ପଣ୍ଡା। ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ପ୍ରିୟଦର୍ଶିନୀ ରାଉତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଭୟ ଅଙ୍ଗନବାଡି କର୍ମୀଙ୍କୁ ମାନପତ୍ର ଓ ସିଲ ପ୍ରଦାନ ପୂର୍ବକ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିଥିଲେ।
ସୂଚନା ଥାଉକି ଗତ ମାର୍ଚ୍ଚ ମାସ ଠାରୁ କରୋନା ମାହାମାରୀ ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଉଭୟ ଅଙ୍ଗନବାଡି କର୍ମୀ କରୋନା ମୁକାବିଲା ପାଇଁ ଅଗ୍ରଣି ଭୂମିକା ଗ୍ରହଣ କରି ଆସୁଛନ୍ତି। ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ଫଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଙ୍କ ଚୟନ କ୍ରମେ ଉଭୟଙ୍କୁ ସମ୍ମାନିତ କରାଯାଇଥିବା ଜଣାପଡିଛି। ସମ୍ମାନିତ ପାଇବା ପରେ ଉଭୟ ଅଙ୍ଗନବାଡି କର୍ମୀଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ଜଣାପଡିଛି।
ରିପୋର୍ଟ ପ୍ରଦୀପ କୁମାର ସାହୁ।


