
ବାଲିଗୁଡ଼ା,୧୬/୧୦(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ସିର୍ତ୍ତିଗୁଡ଼ାଠାରେ ଜିଲ୍ଲା ରଙ୍ଗ ତୂଳୀ କଳାକାର ସଙ୍ଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସ୍ତରରେ କର୍ମକର୍ତ୍ତା ଚୟନ କରାଯାଇଛି । ସମସ୍ତଙ୍କ ସହମତି କ୍ରମେ ପ୍ରମୋଦ ଦଣ୍ଡିଆ ସଭାପତି, ଗୋବିନ୍ଦ ଭୁକ୍ତା ସମ୍ପାଦକ,ମିଥୁନ୍ ପ୍ରଧାନୀ ଉପସଭାପତି, ଜଗତସିଂ ପାତ୍ର ସହ ସମ୍ପାଦକ,ସୁନୀଲ ବିନ୍ଧାଣୀ କୋଷାଧ୍ୟକ୍ଷ ରୂପେ ମନୋନୀତ ହୋଇଛନ୍ତି । ସଭ୍ୟ ଭାବରେ ଅଶ୍ବିନୀ କୁମାର ବିଷୋୟୀ, ବିଷ୍ଣୁ ଚରଣ ବେହେରା,ସୁନୀଲ ନାୟକ, ଶ୍ରୀକାନ୍ତ ପ୍ରଧାନୀ ଓ ଲକ୍ଷ୍ମଣ ପ୍ରଧାନ ମନୋନୀତ ହୋଇଛନ୍ତି | ଏଣୁ ଆଗାମୀ ଦିନରେ ଏହି ସଙ୍ଗଠନ କିଭଳି ମଜଭୁତ ହେବ ଓ କନ୍ଧମାଳ ଜିଲ୍ଲାର ସମସ୍ତ ରଙ୍ଗ ତୂଳୀ କଳାକାର କିପରି ସ୍ବାବଲମ୍ବୀ ହୋଇ ଭଲ ରୋଜଗାର କରିପାରିବେ ଏହା ହିଁ ଆମ ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ସଭାପତି ପ୍ରମୋଦ ଦଣ୍ଡିଆ ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



