
ଜଟଣୀ,୧୬/୧୦(ଜିଲ୍ଲା ଖବର) : ଜଟଣୀ ସହରର ଜନଗହଳିପୂର୍ଣ୍ଣ ରାସ୍ତାରେ ସ୍କୁଟିରେ ଯାଉଥିବା ଦମ୍ପତିଙ୍କଠାରୁ ଜଣେ ଲୁଟେରା ସୁନା ଚେନ୍ ଝାମ୍ପି ଚମ୍ପଟ ମାରିଥିବାବେଳେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତମାସ ୨ତାରିଖରେ ସର୍ଦାର ପଟେଲ ମାର୍ଗରେ ଥିବା ମୁଖ୍ୟ ରାସ୍ତାର ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ସ୍କୁଟିରେ ଏକ ଦମ୍ପତି ଯାଉଥିଲେ । ସ୍ତ୍ରୀ ଙ୍କ ବେକରେ ଥିବା ସୁନାଚେନକୁ ଦୁଇଜଣ ଦୁର୍ବୁତ୍ତ ଝାମ୍ପି ନେଇ ଚମ୍ପଟ ହୋଇଥିଲେ। ସେମାନେ ପଲସରରେ ଆସି ଏଭଳି କାଣ୍ଡ ଘଟାଇଥିବା ଏହି ଦମ୍ପତି ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଗଡ଼ଖୋର୍ଦ୍ଧା ଅଞ୍ଚଳର ସଂଗ୍ରାମ ନାୟକକୁ ଗିରଫ କରିଥିଲା । ମାତ୍ର ଲୁଟ୍ ସୁନାଚେନକୁ ସଂଗ୍ରାମ ଖୋର୍ଦ୍ଧା ମୁଥୁଟ୍ ଫାଇନାନ୍ସ ଗୋ ଶାଖାରେ ବନ୍ଧକ ରଖି ଟଙ୍କା ଆଣି ଖର୍ଚ୍ଚ କରିଦେଇଥିବା କହିଥିଲା। ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ ବିଭିନ୍ନ ସମୟରେ ଜଟଣୀ, ଖୋର୍ଦ୍ଧା ଓ ଭୁବନେଶ୍ବର ପ୍ରଭୃତି ସହରରେ ଚଳନ୍ତା ଗାଡ଼ିରୁ ଲୋକମାନଙ୍କଠାରୁ ସୁନା ଅଳଙ୍କାର ଲୁଟି ନେଇଥିବା ସ୍ୱୀକାର କରିଥିବା ପୁଲିସ କହିଛି।
ରିପୋର୍ଟ ସଞ୍ଜୀବ କୁମାର ।



