Wednesday, November 11, 2026
Home ଆଞ୍ଚଳିକ ଡକ୍ଟର ଏ. ପି. ଜେ ଅବଦୁଲ କାଲାମ ଙ୍କ ୮୯ତମ ଜନ୍ମ ଜୟନ୍ତୀ ପାଳିତ...

ଡକ୍ଟର ଏ. ପି. ଜେ ଅବଦୁଲ କାଲାମ ଙ୍କ ୮୯ତମ ଜନ୍ମ ଜୟନ୍ତୀ ପାଳିତ ବରିଷ୍ଠ ପଦାଧିକାରୀ ସମ୍ଭର୍ଦ୍ଧିତ

45

ଗଞ୍ଜାମ ,୧୫/୧୦ (ଜିଲ୍ଲା ଖବର) : ଖଲ୍ଲିକୋଟ ଚାରୁକାରୁକଳା ମହାବିଦ୍ୟାଳୟ ସଭାଗୃହ ପରିସରରେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡ଼ଃ ଏ.ପି. ଜେ. ଅବୁଦୁଲ କାଲାମ ଜନକଲ୍ୟାଣ ପରିଷଦ ଖଲ୍ଲିକୋଟ ପକ୍ଷରୁ ଡକ୍ତର ଏ ପି ଜେ ଅବଦୁଲ କାଲାମ ଙ୍କ 89 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। କରୋନା ପଞ୍ଚସୁତ୍ର ନିୟମ ପାଳନ ପୂର୍ବକ ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଆଡିସନାଲ ଏସ. ପି ଅଶୋକ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀ  ଅମୂଲ୍ୟ କୁମାର ପ୍ରଧାନ, ଖଲ୍ଲିକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ନବକୃଷ୍ଣ ଜେନା , ଭାରପ୍ରାପ୍ତ ଅଧିକାରୀ ସତ୍ୟ ରଂଜନ ପ୍ରଧାନ , ଖଲ୍ଲିକୋଟ ବ୍ଲକ ଶିକ୍ଷା ଅଧିକାରୀ ହରେକୃଷ୍ଣ ପଣ୍ଡା ,ରମ୍ଭା ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ରଶ୍ମିତା ଜେନା , ବେଗୁନିଆ ପଡ଼ା ଗୋଷ୍ଟି ଶିକ୍ଷାଅଧିକାରୀ କୋମଳ କାନ୍ତ ସାହୁ , କାର୍ଯ୍ୟନିର୍ବାହୀ ଅଦ୍ଗିକାରୀ ରାମଚନ୍ଦ୍ର ମିଶ୍ର , ଖଲ୍ଲିକୋଟ ଚାରୁ କାରୁରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ କୁମାର ଦାସ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଅବଦୁଲ କାଲାମଙ୍କ   ଜୀବନୀ ଜୀବିକା, ଛାତ୍ର ବତ୍ସଳମାନଙ୍କୁ ଉପଦେଶ, ପୃଥିବୀରେ ବିଜ୍ଞାନ ଅଗ୍ରଗତି, ଦିଗଦର୍ଶନ ସମେତ ପ୍ରସଙ୍ଗ ଭିତ୍ତିକ ତଥା ଶିକ୍ଷଣୀୟ ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସମାଜସେବୀ ମହେଶ୍ୱର ବରାଡ଼। ଏଥିସହ ଜିଲ୍ଲା ଓ ବ୍ଲକ ସ୍ତରୀୟ ବରିଷ୍ଠ ପଦାଧିକାରୀ ମାନଙ୍କୁ ଉପଢୋକନ ସହ ମାନପତ୍ର ପ୍ରଦାନ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ତାସହ ବୃକ୍ଷ ଚାରା ବଣ୍ଟନ କରାଇଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ରିପୋର୍ଟ ପ୍ରଦୀପ କୁମାର ସାହୁ।