Thursday, November 12, 2026
Home ଆଞ୍ଚଳିକ ମାନବିକତା ର ପରିଚୟ ଜି.ଶ୍ରୀନିବାସ କୁମାର

ମାନବିକତା ର ପରିଚୟ ଜି.ଶ୍ରୀନିବାସ କୁମାର

63

ବିଷମ କଟକ,୧୫/୧୦(ଜିଲ୍ଲା ଖବର) : ୩ ଦିନ କାଳ ରଗାକ୍ରାନ୍ତ ଅବସ୍ଥାରେ ଜଣେ ଭିକାରୀ ଜଙ୍ଗଲରେ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରି ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ମାନବିକତା ର ପରିଚୟ ଦେଲେ ନକ୍ଷତ୍ର ନ୍ୟୁଜ ର ପ୍ରତିନିଧି ଜି.ଶ୍ରୀନିବାସ କୁମାର , ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଝିଗିଡ଼ି ପଞ୍ଚାୟତ ର ରାସ୍ତା କଡ ଜଙ୍ଗଲ ଭିତରେ ରଗାକ୍ରାନ୍ତ ଅବସ୍ଥାରେ ପଡି ରହିଥିଲେ ଜଣେ ବୃଦ୍ଧା । ତାଙ୍କ ଘର
କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣା ର ପିପନ ପୋଡା ଗ୍ରାମର ଜୟଦେବ ବାଗ୍ ବୋଲି ଜଣା ପଡ଼ିଛି । ସେ ଦିର୍ଘ ଦିନ ହେବ ଭିକ୍ଷା ବୃତି କରିବା ପାଇଁ ବିଷମ କଟକ ଅଞ୍ଚଳରେ ରହି ଆସୁଥିଲେ । ସେ ଗାଁ ଗାଁ ବୁଲି ଭିକ୍ଷା ମାଗି ବଞ୍ଚୁଥିଲେ । ଗତ 7 ତାରିଖ ଦିନେ ଝିଗିଡ଼ି ଗ୍ରାମ କୁ ଭିକ୍ଷା ମାଗିବା ପାଇଁ ଯାଉଥିଲେ ହେଲେ ତାଙ୍କ ଦୁଇଟି ଗୁଡ଼ରେ ପାଦରେ ଫୁଟୁକା ବାହାରି ଗଭିର ଆଘାତ ହୋଇଥିଲା ଯାହା ଫୋଲ ରେ ସେ ଆଉ ପାଦ ଆଗକୁ ନେଇ ନ ପାରି ଜଙ୍ଗଲ ରେ ଫସି ରହିଯାଇଥିଲେ । ତିନିଦିନ କାଳ ସେ ଜଙ୍ଗଲ ଭିତରେ ନ ଖାଇ ନ ପିଇ ସେମିତି ପଡି ରହିଥିଲେ , ସେ କାହାକୁ ପଦେ ସାହାଯ୍ୟ ମାଗିବା ପାଇଁ ପାଟିରୁ କଥା ଟିଏ ମଧ୍ୟ ବାହାରୁ ନଥିଲା ଏଭଳି ପରିସ୍ଥିତରେ 3 ଦିନ କାଳ କେହି ମଧ୍ୟ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିନଥିଲେ । ଗତ 7 ତାରିଖ ରାତ୍ର ବିଷମ କଟକ ସହର ର କିଛି ଭଦ୍ର ବ୍ୟକ୍ତି ଝିଗିଡ଼ି ଗ୍ରାମକୁ କୌଣସି କାମରେ ଯାଉଥିବା ସମୟରେ ଜଙ୍ଗଲ ଭିତରେ ଯନ୍ତ୍ରଣା ରେ ଛଟପଟ ହୋଇ ପଡ଼ିଥିବା ଏହି ବୃଦ୍ଧା ଙ୍କୁ ଦେଖି ଉଦ୍ଧାର କରିବା ପାଇଁ 108 ଆମ୍ବୁଲେନ୍ସ କୁ ଖବର ଦେଇଥିଲେ ହେଲେ ଆମ୍ବୁଲେନ୍ସ ଉପଲବ୍ଧ ନଥିବାରି ପ୍ରାୟ ବିଳମ୍ବିତ ରାତ୍ରି ନକ୍ଷତ୍ର ପ୍ରତିନିଧିଙ୍କୁ ଫୋନ କରି ଏହି ବିଷୟରେ ଜଣେଇ ଥିଲେ । ଖବର ପାଇବା ପରେ କ୍ଷଣେ ମଧ୍ୟ ବିଳମ୍ବ ନକରି ବିଷମ କଟକ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଏସ.ଅ.ପ୍ରଦୀପ ବେହେରା , ମୁଖ୍ୟ ଅଗ୍ନିରକ୍ଷକ .ସଞ୍ଜୟ କୁମାର ସେଠୀ , ଡ୍ରାଇବର ହାବିଲଦାର.ପ୍ରଫୁଲ ସେଠୀ, ଫାଏର ମେନ ଲାଷ୍ମୀଧର ସାହୁ , ସତ୍ୟଦେଵ ଭୋଇ , ଦିବ୍ୟଦତ ସ୍ୱାଇଁ ,ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧା ଙ୍କୁ ଉଦ୍ଧାର କରି ବିଷମ କଟକ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଅଗ୍ନିଶମ ବିଭାଗ ଗାଡି ଉଦ୍ଧାର କରିବାକୁ ଯିବା ପୂର୍ବରୁ ନକ୍ଷତ୍ର ନ୍ୟୁଜ ପ୍ରତିନିଧି ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସେଠାକାର ଡକ୍ଟରଙ୍କୁ ଜଣେଇ ଥିଲେ ଓ ପାଖରେ ରହି ଚିକିତ୍ସା ପାଇଁ ବନ୍ଦବସ୍ତ କରିଥିଲେ , ବୃଦ୍ଧା ଙ୍କ ସମ୍ପର୍କୀୟ ଙ୍କୁ ମଧ୍ୟ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ବୃଦ୍ଧା ତାଙ୍କ ସମ୍ପର୍କୀୟ ବିଷୟରେ କିଛି କହିପାରିନଥିଲେ ଏହା ପରେ ବିଷମ କଟକ ଥାନା ଅଧିକାରୀଙ୍କୁ ଏନେଇ ଜଣାଇଥିଲେ ବର୍ତ୍ତମାନ ବୃଦ୍ଧା ଙ୍କ ସ୍ୱାସ୍ଥ ଅବସ୍ଥା ସ୍ଥିର ନଥିବାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଛଜ । ଖାଲି ଏତିକି ନୁହେଁ ଶ୍ରୀନିବାସ 2 ବର୍ଷ ପୂର୍ବେ ବିଷମ କଟକ ମାଁ ମାର୍କମା ମନ୍ଦିର ପରିଷରେ ଅର୍ଧ ନିର୍ମିତ ଦୁଇ ଫୁଟ ଅଣ ଅସାରିଆ ମନ୍ଦିର ରେ ଜଣେ ଅଜଣା ମହିଳା 3 ବର୍ଷ କାଳ ସେଠାରେ ରହି ଆସୁଥିଲେ ତାଙ୍କୁ ଗରୁତ୍ୱର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ଚିକିତ୍ସା କରାଇବା ସାହ ରାୟଗଡା ର ଜୋରାଶ୍ରମ କୁ ପଠେଇ ଥିଲେ । ଯେ କୌଣସି ସ୍ଥାନରେ ଦୃଘଟଣା ଘଟେ ଗୁରତ୍ୱର ମାନଙ୍କୁ ପ୍ରଥମେ ମେଡିକାଲ ପଠାଇବା ବ୍ୟବସ୍ଥା କରିଥାନ୍ତି । ସେ ଯେ କୌଣସି ଜାଗାକୁ ନ୍ୟୁଜ ପାଇଁ ଯାଆନ୍ତି ସେହି ଗାଁ ର ସମସ୍ୟାକୁ ନେଇ ବ୍ଲକରେ ରହି ତାଙ୍କ ସମସ୍ୟା ସମାଧାନ କରନ୍ତି , ତାଙ୍କର ଏଭଳି ସମାଜ ସେବା ମୋନଭାବକୁ ସରକାରୀ ଅଧିକାରୀ , ବୁଦ୍ଧିଜୀବୀ ଓ ସାଧାରଣ ମହଲରେ ଶ୍ରୀନିବାସ ଙ୍କୁ ବେଶ ପ୍ରଶଂସା କରିଥାନ୍ତି ।

ରିପୋର୍ଟ ପ୍ରସନ କୁମାର ପଣ୍ଡା ।