Thursday, November 12, 2026
Home ଆଞ୍ଚଳିକ ବନ୍ୟାଜଳରେ ବୁଡ଼ିଗଲା ଶସ୍ୟକ୍ଷେତ୍ର , ପ୍ରଶାସନ ଅଧିକାରୀ ଙ୍କ ଅନୁଧ୍ୟାନ

ବନ୍ୟାଜଳରେ ବୁଡ଼ିଗଲା ଶସ୍ୟକ୍ଷେତ୍ର , ପ୍ରଶାସନ ଅଧିକାରୀ ଙ୍କ ଅନୁଧ୍ୟାନ

23

ଗଞ୍ଜାମ,୧୫/୧୦ (ଜିଲ୍ଲା ଖବର): ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତ ରେ ପ୍ରବାହିତ ହେଉଥିବା ଖରଖରୀ ନାଳର ବନ୍ୟାଜଳ ପ୍ରଭାବରେ ଉଭୟ ପାର୍ଶ୍ୱରେ ରହିଥିବା ଶସ୍ୟକ୍ଷେତ୍ର ଗୁଡିକ ବନ୍ୟାଜଳରେ ବୁଡି ରହିଥିବା ଦେଖିବାକୁ ମିଳିଛି। ଧାନ ଗଛ ଗୁଡିକ ବନ୍ୟାଜଳ ଜମିରହିବା ଯୋଗୁଁ ପଚି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି।
ପଞ୍ଚାୟତ ଅଧିନସ୍ତ ବରପଲ୍ଲୀ ଓ ଭୁଆଭୂଇଁ ଗ୍ରାମର ପ୍ରାୟ ସାତଶହ ଏକର ଜମିରେ ରହିଥିବା ଧାନ ଗଛ ଗୁଡିକ ପଚି ନଷ୍ଟ ହୋଇଯାଇଥିବା ସ୍ଥାନୀୟ ଚାଷୀକୁଳ ଅଭିଯୋଗ କରିଛନ୍ତି।
ଅଭିଯୋଗପରେ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ବି.ଡି.ଓ. ବିଶ୍ୱଜିତ ରାୟ, କୃଷି ବିଭାଗୀୟ ଅଧିକାରୀ,ଭି.ଏଲ.ଡବ୍ଲ୍ୟୁ ପ୍ରମୁଖ ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି।

ରିପୋର୍ଟ ପ୍ରଦୀପ କୁମାର ସାହୁ।