Monday, November 16, 2026
Home ଆଞ୍ଚଳିକ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଆ ଯୁବ ସମାଜସେବୀ ରତ୍ନାକର। ଅନଲାଇନ୍ ରେ ଭୋଟିଂ ପାଇଁ ବିଭିନ୍ନ ଅନୁଷ୍ଠାନ...

ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଆ ଯୁବ ସମାଜସେବୀ ରତ୍ନାକର। ଅନଲାଇନ୍ ରେ ଭୋଟିଂ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ନିବେଦନ

12

ଗଞ୍ଜାମ,୧୫/୧୦ (ଜିଲ୍ଲା ଖବର) : କୋରନା ମହାମାରୀ ସମୟରେ ସାଧାରଣ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। କାହାକୁ ଖାଇବାକୁ ମିଳୁନଥିଲା ତ କିଏ ଭୋକ ଉପାସରେ ଡହଳ ବିକଳ ହେଉଥିଲେ। କିନ୍ତୁ ଏହି ସମୟରେ କିଛି ଯୁବକ ନିଜ କଥା ଭୁଲି ନିଜ ଜୀବନ କୁ ବାଜି ଲଗେଇ ସେମାନଙ୍କ ପାଇଁ ଦିନରାତି ଏକ କରି ଭୋକିଲା ମୁହଁ ରେ ଆହାର ଦେଇଥିଲେ। ସେହିଭଳି କୋଭିଡ୍ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ଜାତୀୟ ସ୍ତରରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସବୁଠାରୁ ବଡ଼ କଥା ଶ୍ରେଷ୍ଠ ଆଠ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଓଡ଼ିଶାର ଏକମାତ୍ର ଯୁବକ ଭାବେ ଶିଶୁ ଅଧିକାର କର୍ମୀ ରତ୍ନାକର ସାହୁ ସ୍ଥାନ ପାଇଛନ୍ତି। ଶ୍ରୀସାହୁ ମହାମାରୀ ସମୟରେ ଭୁବନେଶ୍ଵର ସମେତ ବିଭିନ୍ନ ଜିଲ୍ଲାର ବସ୍ତି ଓ ରାସ୍ତା କଡ଼ରେ ରହୁଥିବା ନିରାଶ୍ରୟ ଲୋକଙ୍କ ପାଇଁ ଦୀର୍ଘ ତିନିମାସ ରୁ ଉର୍ଦ୍ଧ୍ୱ ଦିନ ଧରି ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରି ଦିନକୁ ଦୁଇ ଓଳା ଖାଇବା ଯୋଗେଇବା ସହ ଅତି ଜରୁରୀ ନିତ୍ୟ ବ୍ୟବହୃତ ସାମଗ୍ରୀ ବଣ୍ଟନ କରିଥିଲେ। ଯାହାକି ସରକାରୀ ସ୍ତରରେ କିଛି ସାହାଯ୍ୟ କରିବା ପୂର୍ବରୁ ନିଜସ୍ଵ ଉଦ୍ୟମରେ ସେମାନଙ୍କୁ ଯୋଗେଇ ନିଜର ମାନବିକତା ଦେଖାଇଥିଲେ। ଭଦ୍ରକର ଅସୁରା ନିବାସୀ ଶ୍ରୀଯୁକ୍ତ ରାଜେନ୍ଦ୍ର ସାହୁ ଓ ଶ୍ରୀମତୀ ତିଳୋତ୍ତମା ସାହୁଙ୍କ ସୁପୁତ୍ର ନିଜର ସମାଜସେବା କାର୍ଯ୍ୟ ନିମନ୍ତେ ପୂର୍ବରୁ ଅନେକ ସଂଗଠନ ଠାରୁ ପୁରସ୍କୃତ ହୋଇ ପ୍ରଶଂସା ଭାଜନ ହୋଇଛନ୍ତି। ରତ୍ନାକରଙ୍କୁ ପ୍ରତିଯୋଗିତାରେ ଅଧିକ ରୁ ଅଧିକ ଭୋଟ ଦେଇ ଓଡ଼ିଶା ପାଇଁ ଆଉ ଏକ ନୂଆ ଗୌରବ ଆଣିବା ପାଇଁ ବିଭିନ୍ନ ଯୁବ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି। ଭୋଟ ଦେବା ପାଇଁ ନିଜ ମୋବାଇଲ ରେ I
https://www.thebetterindia.com/indias-covid-soldiers/
ଥିବା ଲିଙ୍କକୁ ଯାଇ ଭୋଟିଂ ସ୍ଥାନରେ ରତ୍ନାକର ସାହୁଙ୍କ ଫଟୋ ଉପରେ କ୍ଲିକ୍ କରି ନିଜର ଇମେଲ୍ ମାଧ୍ୟମରେ ଅନ୍ ଲାଇନରେ ଭୋଟ ଦେଇ ପାରିବେ । ଅନଲାଇନ୍ ଭୋଟିଂ ପ୍ରକ୍ରିୟା ଆସନ୍ତା ରବିବାର ଅପରାହ୍ନ ତିନିଟା ପର୍ଯ୍ୟନ୍ତ ଖୋଲା ରହିବ। ଭୋଟ ଦେବା ସହ ଅନ୍ୟମାନଙ୍କୁ ଜଣାଇବା ପାଈଁ ୟୁଥ୍ ଫର୍ ଭିଲେଜ, ଭରୋଷା ଅନୁଷ୍ଠାନ, ଗଞ୍ଜାମ ପ୍ରେସ କ୍ଲବ,ଗଞ୍ଜାମ ସାଂସ୍କୃତିକ ମଞ୍ଚ ଓ କ୍ରାନ୍ତି ଛାତ୍ର ଯୁବ ସଂଗଠନ ପ୍ରମୁଖ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଉଛି।

ରିପୋର୍ଟ ପ୍ରଦୀପ କୁମାର ସାହୁ।