
ଗଞ୍ଜାମ,୧୫/୧୦ (ଜିଲ୍ଲା ଖବର) : ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର ଲକ୍ଷ୍ମୀପୁର ଗ୍ରାମର ଡି. ଧନୁର୍ଦ୍ଧର ରେଡ଼ିଙ୍କ ଘରଟି ଭାଙ୍ଗି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ତାଙ୍କ ପରିବାର ଘରଟି ନଷ୍ଟ ହୋଇଯାଇଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଧନୁର୍ଦ୍ଧର। ଏନେଇ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସେ ଗଞ୍ଜାମ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ଫଳରେ ତାଙ୍କୁ ସରକାର ଙ୍କ ଆବାସ ଯୋଜନାରେ ସାମିଲ କରି ପକ୍କାଘର ଯୋଗାଇଦେବାକୁ ଦାବି ହୋଇଛି।
ରିପୋର୍ଟ ପ୍ରଦୀପ କୁମାର ସାହୁ।


