Monday, November 16, 2026
Home ଆଞ୍ଚଳିକ ସ୍ମଶାନ ଜମିକୁ ଜବର ଦଖଲ ଅଭିଯୋଗରେ, ବାଦପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ

ସ୍ମଶାନ ଜମିକୁ ଜବର ଦଖଲ ଅଭିଯୋଗରେ, ବାଦପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ

10

ଗଞ୍ଜାମ,୧୫/୧୦(ଜିଲ୍ଲା ଖବର) : ଗଞ୍ଜାମ ତହସିଲ ,ରମ୍ଭା ଥାନା ଗଞ୍ଜାମ ବ୍ଲକ ର ବାଦପଲ୍ଲୀ ଗ୍ରାମରେ ରହିଥିବା ସ୍ମଶାନ ଜମିକୁ ଜବର ଦଖଲ କରିବା ସହ ଗ୍ରାମବାସୀ ଙ୍କୁ ଦବଙ୍ଗ ଗିରି ଦେଖାଇ ନିଜ ଅକ୍ତିଆରରକୁ ନେବାକୁ ନେଇ ରମ୍ଭା ଥାନାରେ ବାଦପଲ୍ଲୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଏଚ. ବୁରୁଡ଼ି ରାଜସ୍ୱ ନିରୀକ୍ଷକ ଅଧିନସ୍ଥ ହରିଜନ ସମ୍ପ୍ରଦାୟର ସ୍ମଶାନ ଜମିଟିକୁ ଖଣ୍ଡଦେଉଳି ପଞ୍ଚାୟତ ର ବାଗଲପୁର ଗ୍ରାମର ସୁକୁରିଆ ସାହୁଙ୍କ ପୁତ୍ର ବିପ୍ର ଚରଣ ସାହୁ ଜୋର ଜବରଦସ୍ତ ସେହି ସ୍ଥାନରେ ଗୃହ ନିର୍ମାଣ କରିବା ସହ ଗ୍ରାମବାସୀ ବିରୋଧ କଲେ ଜୀବନରେ ମାରିଦେବାକୁ ଧମକ ଦେବାସହ ଜାତିଆଣ ଆକ୍ଷେପ କରି ଅଭଦ୍ର ଭାଷା ପ୍ରୟୋଗ କରି ଗାଳି ଗୁଳଜ କରୁଥିବା ଅଭିଯୋଗ ପତ୍ର ଉଲ୍ଲେଖ ରହିଛି।

ସୂଚନା ଥାଉକି 2016 ମସିହାରେ ସୁବଳୟା ପଞ୍ଚାୟତ ର ଜୈନେକ ବ୍ୟକ୍ତି ଉକ୍ତ ଜାଗାକୁ ନିଜ ଅକ୍ତିଆର କରିବାକୁ ନେବାକୁ ଚେଷ୍ଟା କରିଥିବା ପରେ ରମ୍ଭା ଥାନାରେ ଗ୍ରାମାବାସୀ ଙ୍କ ଅଭିଯୋଗ ପରେ ଏହାର ଆପୋଷ ସମାଧାନ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବାଗଲପୁର ଗ୍ରାମର ବିପ୍ରଚାରଣ ସାହୁ ଗ୍ରାମବାସୀ ଙ୍କ ଉକ୍ତ ସ୍ମଶାନ ଜମି କୁ ନିଜ ଅକ୍ତିଆର କୁ ନେବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି।

ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଙ୍କୁ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଜମି ମାଫଆଙ୍କ ଲୋଲୁପ ଦୃଷ୍ଟି ଉକ୍ତ ସ୍ମଶାନ ଜମିରେ ପଡିବା ଫଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ଗ୍ରାମବାସୀ ପୂର୍ବରୁ ଉଚ୍ଚ ନ୍ୟାୟାଳୟରେ ଏ ନେଇ ଅଭିଯୋଗ କରିଥିବା ପୂର୍ବତ୍ତନ ଜିଲ୍ଲା ପରିଷଦ କୀର୍ତ୍ତନ ଦାସ ଗଣମାଧ୍ୟମକୁ କହିଛନ୍ତି।

ରିପୋର୍ଟ ପ୍ରଦୀପ କୁମାର ସାହୁ।