ଆସିକା: ମେଡିକାଲ ଠାରେ ରୋଗି କଲ୍ୟାଣ ସମିତି ବୈଠକ

49


ଆସିିକା,(ଖିରୋଦ ଚନ୍ଦ୍ର ବେହେରା) : ଆସିକା ସବଡିଭିଜନ ମେଡିକାଲ ଠାରେ ରୋଗି କଲ୍ୟାଣ ସମିତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ମେଡିକାଲ ସୁପେରିଟେଣ୍ଡଟଂ ଡଃ. ଦିପକ ସାମନ୍ତରା, ଆସିକା ବ୍ଲକ ସମିତି ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲୀକ,ସିଡିପିଓ ଭାରତୀ ମହାପାତ୍ର, ସମିତି ସଦସ୍ୟ ଅଜିତ କୁମାର ପଟ୍ଟନାୟକ, ସତ୍ୟନାରାୟଣ ରଥ, ବିିପିନ ବିାହରୀ ପାଢୀ, ଅରୁଣା ସ୍ୱେଚ୍ଚାସେବୀ ସଂଗଠନ ପ୍ରତିନିଧି ରୁନୀ ପାଣିଗ୍ରାହି, ଜନସ୍ୱାସ୍ଥ୍ୟ ବିଭାଗ ଜୁନିୟର ଇଞ୍ଜିନିୟର ଅଜୟ କୁମାର ଲାମାୟା ପ୍ରମୁଖ ଯୋଗ ଦେଇଥିଲେ ।

ଏହି ସଭାରେ ପୂର୍ବ ବୈଠକର ପଠନ ଓ ଦୃଢୀକରଣ କରାଯାଇଥିଲା । ବୈଠକରେ ସବଡିଭିଜନ ମେଡିକାଲ ଘୋଷଣା ହେବା ପରେ ନିୟମ ଅନୁଯାୟୀ ତୁରନ୍ତ ଡାକ୍ତର ନିଯୁକ୍ତି ସାଙ୍ଗକୁ ଜଣେ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର, ଜଣେ ଅର୍ଥୋପଡି ଡାକ୍ତର,ଚକ୍ଷୁ ବିଶେଷଜ୍ଞ ଡାକ୍ତର, ଖାଲି ପଡିଥିବା ଫାର୍ମାସିଷ୍ଟ, ପିପିସି ୱାର୍ଡରେ ପୁରୁଷ ଏଏନଏମ ନିଯୁକ୍ତି, ଶବ ବ୍ୟବଚ୍ଚେଦ ନୂତନ ଗୃହ ଓ ରାସ୍ତା, ଡିଜିଟାଲ ଏକ୍ସରେ ମେସିନ, ଅଲଟ୍ରା ସାଉଣ୍ଡ, ଦିର୍ଘ ଦିନ ହେଲା ବନ୍ଧ ରହିଥିବା ବ୍ଲଡ ଷ୍ଟୋରେଜ ୟୁନିଟ, ରୋଗୀ ପାଇଁ ପର୍ଯ୍ୟାପ୍ତ ପରିମାଣର ଆକ୍ୱାଗାର୍ଡ, ଗିଜର, ଲାଟ୍ରିନ, ବାଥରୁମ, ରୋଗୀ ମାନଙ୍କ ସମ୍ପର୍କୀୟ ପାଇଁ ରେଷ୍ଟ ଗୃହ ନିର୍ମାଣ ହେଉଥିବା କୋଠା ତୁରନ୍ତ ଶେଷ କରିବା, ମେଡିକାଲ ପଛପଟେ ନିର୍ମାଣ ହେଉଥିବା ଅର୍ଦ୍ଧ ନିର୍ମିତ କୋଠାକୁ ତୁରନ୍ତ ସାରିବା, ଓଭର ହେଡ ଟ୍ୟାଙ୍କରୁ ମେଡିକାଲକୁ ପାଣି ଯୋଗାଇବା ସମେତ ଦୁଇଟି ନୂତନ ନଳକୁପ ମେଡିକାଲ ଠାରେ ନିର୍ମାଣ, ବର୍ଜ୍ୟବସ୍ତୁ ପ୍ଲାଟଂ ଯୁଦ୍ଧ କାଳିନ ଭିତିରେ ନିର୍ମାଣ କରିବା,ମେଡିକାଲର ଚାରିପଟେ ଖୋଲା ଥିବା ରାସ୍ତାକୁ ବନ୍ଦ କରିବା, ଜବର ଦଖଲ ଉଚ୍ଚେଦ ବନ୍ଦ କରିବା, ଶବ ରହିବା ପାଇଁ ନୂତନ ମର୍ଚର ମେସିନ, ସାଂସଦ ଓ ବିଧାୟିକା ପାଣ୍ଠୀରୁ ଆମ୍ବୁଲାନ୍ସ ଯୋଗାଇବା, ମେଡିକାଲରେ ଥିବା ପୁରୁଣା ଆମ୍ବୁଲାନ୍ସକୁ ଶବ ବୁହା ଗାଡି ରୁପେ ବ୍ୟବହାର କରିବା, ପୁରୁଣା ଶୀତ ତାପ ନିୟନ୍ତ୍ରିତ ପ୍ରତି ବଦଳର ନୂତନ ଶୀତତାପ ନିୟନ୍ତ୍ରଣ ସଂଯୋଗ କରିବା, ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ମିଳିଥିବା ୨ଲକ୍ଷ ଅର୍ଥ ରାଶିକୁ ସ୍ପେଶାଲ କ୍ୟାବିନ କରିବା, ଆସିକା ମେଡିକାଲ ଠାରେ ଅବାଧରେ ଯାନବାହାନ ପରିଚାଳନକୁ ବନ୍ଦ କରିବା, ଆସିକା ମେଡିକାଲ ଠାରେ ବିଭିନ୍ନ କ୍ଲିନ୍ କି ଓ ପାଥୋଲଜି ଦ୍ୱାରା ଦଲାଲ ମାନଙ୍କୁ ପୋଲିସ ହାତରେ ଜିମା ଦେବା, ରୋଗୀ ମାନଙ୍କ ପାଇଁ ରନ୍ଧନ ଖାଦ୍ୟ ଯୋଗାଇବା ସାଙ୍ଗକୁ ବାସୀ କ୍ଷୀର ନ ଦେବା ପାଇଁ କଡା ତାଗିଦ, ନିର୍ମଳା ଯୋଜନା ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କ ଦରମା ତୁରନ୍ତ ପୈଠ କରିବା ଭଳି ବହୁ ଗୁରୁତ୍ୱପୁର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା ।

ପ୍ରକାଶ ଥାଉକି ଦିର୍ଘ ୧୫ରୁ ୩୦ ବର୍ଷ ରହିଥିବା କର୍ମଚାରୀ ମାନଙ୍କୁ ତୁରନ୍ତ ବଦଳି କରାଯିବା ନେଇ ସ୍ୱତନ୍ତ୍ର ଭାବେ ବୈଠକରେ ଆଲୋଚନା କରାଯାଇଥିଲା । ସରକାରୀ କ୍ୱାଟର ରହି ବିଭିନ୍ନ ଅନୈତିକ କାର୍ଯ୍ୟ ଓ ବ୍ୟବସାୟ ବନ୍ଦ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ମେଡିକାଲ ଚତୁଃପାଶ୍ୱର୍ରେ କୁଢ କୁଢ ଅଳିଆ ଆବର୍ଜନା ଓ ଡ୍ରେନ ସଫେଇ ନିଷ୍ପତି ଗ୍ରହଣ କରାଯାଇଥିଲା ।