
ଛତ୍ରପୁର ୧୫/୧୦ (ଜିଲ୍ଲା ଖବର) : କଥାରେ ଅଛି ରାତି ସରିଲା କଥା ସରିଲା।ସେ ମହାନ ପୁରୁଷ ମାନଙ୍କ ପ୍ରତିମୃତ୍ତି ସ୍ଥାପନ କରାଗଲା। କିନ୍ତୁ ତାଙ୍କ ଜନ୍ମ ଦିବସ ରେ କେହି ମନେ ପକାଇଲେ ନାହିଁ ସେହି ମହାନ ବ୍ୟକ୍ତିଙ୍କୁ ।ସେହିପରି ଦେଖିବାକୁ ମିଳିଛି ଛତ୍ରପୁର ଏନଏସି ରେ।ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଓ ଶିକ୍ଷାବିତ ଅବଦୁଲ କାଲାମ ଙ୍କ ଜନ୍ମ ଦିବସ ଆଜି। ହେଲେ ନା ପ୍ରଶାସନ ନା ଜନସାଧାରଣ କେହି ଏହି ମହାମନିଷୀଙ୍କ ଜନ୍ମ ଦିବସରେ ତାଙ୍କୁ ମନେ ପକାଇ ନାହାଁନ୍ତି। ୨୦୧୬ ମସିହା ଅକ୍ଟୋବର ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଛତ୍ରପୁର ସହରର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କାଲାମଙ୍କ ସାତ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ, ଛତ୍ରପୁର ଏନ ଏ ସି ଓ ବ୍ଳକ କାର୍ଯ୍ୟାଳୟ ସମେତ ଥାନା ଓ ଅନ୍ୟ କେତେକ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ ଏହି ପ୍ରତିମୂର୍ତ୍ତିର ଚାରିପଟେ ଅବସ୍ଥିତ। ତେବେ କାହାର ମନରେ କାଲାମଙ୍କ ଜନ୍ମ ଦିବସରେ ଫୁଲଟିଏ କି କାଗଜ ମାଳଟିଏ ଅର୍ପଣ କରିବାକୁ ଆସିଲା ନାହିଁ। ଏପରିକି ପ୍ରତିମୂର୍ତ୍ତି ପରିସରରେ ପଡିଥିବା ପଚାସଢା ପତ୍ର ମଧ୍ୟ ସଫା କରାଯାଇ ନାହିଁ। ଏବେ ଜିଲ୍ଲା ସଦରମହକୁମା ଛତ୍ରପୁରରେ ଅନେକ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ଓ ଆହୁରି ଅନେକଙ୍କ ସ୍ଥାପନା ପାଇଁ ଉଦ୍ୟମ ଜାରି ରହିଛି। ତେବେ କେବଳ ପ୍ରତିମୂର୍ତ୍ତି ସ୍ଥାପନ କରି ସେହି ମହାନ୍ ବ୍ୟକ୍ତି ବିଶେଷଙ୍କ ପ୍ରତି ଦାୟିତ୍ବ ଶେଷ ବୋଲି ନ ଭାବି ସେମାନଙ୍କୁ ଉଚିତ ସମ୍ମାନ ଦେବା ପାଇଁ ପଦକ୍ଷେପ ନେବା ଜରୁରୀ । ସେହିପରି କେବଳ ସରକାରୀ ପଦକ୍ଷେପକୁ ଅପେକ୍ଷା ନ କରି ଜନସାଧାରଣ ମଧ୍ୟ ଏହା ପ୍ରତି ସଚେତନ ରହିବା ଉଚିତ।
ରିପୋର୍ଟ କିଶୋର ଚନ୍ଦ୍ର ମହାନ୍ତି ।


