Monday, October 12, 2026
Home ଆଞ୍ଚଳିକ କନ୍ଧମାଳ ର ପାରମ୍ପରିକ ଲୋକକଳା ସଂସ୍କୃତି ସଂଘର ସାଧାରଣ ଅଧିବେଶନ

କନ୍ଧମାଳ ର ପାରମ୍ପରିକ ଲୋକକଳା ସଂସ୍କୃତି ସଂଘର ସାଧାରଣ ଅଧିବେଶନ

108

ବାଲିଗୁଡା,୧୪/୧୦ { ଜ଼ିଲ୍ଲା ଖବର } : କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ପ୍ରଶାନ୍ତି ସଂସ୍କୃତିକ ସମ୍ବଳ କେନ୍ଦ୍ର ପରିସରରେ ଜ଼ିଲ୍ଲା ସ୍ତରୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯୁବ ସାମ୍ବାଦିକ ତଥା ବରିଷ୍ଠ କଳାକାର ପ୍ରମୋଦ କୁମାର ଦଣ୍ଡସେନା ଓ ତୁମୁଡିବନ୍ଧର ଲୋକକଳା ସଂସ୍କୃତି ସଂଘର ଉପ ସଭାପତି ସଦାନନ୍ଦ ପରାସେଠ୍ ଙ୍କ ଆହ୍ଵାନ କ୍ରମେ ଜ଼ିଲ୍ଲାର କୋଣଅନୁକୋଣରୁ ବହୁ ବରିଷ୍ଠ କଳାକାର ଓ ସମସ୍ତ ବ୍ଲକର ଉପ ସଭାପତି ଯୋଗଦେଇଥିଲେ l ଅତିଥି ଭାବେ ବରିଷ୍ଠ କଳାକାର ତଥା ସଂଘଠକ ନେତ୍ରମାନ ସେଠ୍ ବଲିଉଡ କଳାକାର ଯଦୁ ନନ୍ଦନ ରମୁଁ ସାଠୁଆ ଓ ଜନ ବିକାଶ କର୍ମୀ ନରେଶ ରଣଜିତ ଯୋଗଦେଇ ଥିଲେ l କୋଭିଡ଼ ନିୟମକୁ ମାନି ସାମାଜିକ ଦୂରତାରଖି ମାସ୍କ ପିନ୍ଧି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଆବାହକ ସଦାନନ୍ଦ ପରସେଠ୍ ଙ୍କ ସଂଯୋଜନାରେ ଜଗତର ନାଥ ଜଗନ୍ନାଥଙ୍କୁ ପୁଷ୍ପ ମାଲ୍ୟାର୍ପଣ ପରେ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଆମନ୍ତ୍ରିତ ଅତିଥିଗଣ ଜ଼ିଲ୍ଲାରେ ଲୋକ କଳାକାରଙ୍କ ସଂଘଠନ କୁ ଉଚ୍ଚ ପ୍ରଶଂସା କରିଥିଲେ ଓ କୋଭିଡ ସମୟରେ କାମ ଧନ୍ଦା ନପାଇ ଲୋକ କଳାକାର ଦୁର୍ଦଶା ଭୋଗୁଥିବା ରୁ କଳାକାରଙ୍କୁ କାମ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରାଯାଇଥିଲା l ସର୍ବ ସମ୍ମତି କ୍ରମେ ଜ଼ିଲ୍ଲା କଳା ଓ ସଂସ୍କୃତି ସଂଘର ଉପ ସଭାପତି ଭାବେ ଅକ୍ଷୟ କର୍ଣ ଓ ସଂଯୋଜକ ଭାବେ ସରୋଜ ପାତ୍ର ରାଇକିଆ ବ୍ଲକ ଉପ ସଭାପତି ଭାବେ ଶିଶିର କାନ୍ତ ପ୍ରଧାନ ବାଲିଗୁଡା ବ୍ଲକ ଓ ଏନ ଏ ସି ପାଇଁ ପ୍ରମୋଦ କୁମାର ଦଣ୍ଡସେନା କ ନୂଆଗାଁ ବ୍ଲକ ପାଇଁ ତ୍ରିନାଥ ପଣ୍ଡା କୋଟଗଡ ବ୍ଲକ ପାଇଁ ରବୀନ୍ଦ୍ର ପ୍ରଧାନ ଫିରିଙ୍ଗିଆ ବ୍ଲକ ପାଇଁ ଅକ୍ଷୟ କର୍ଣ ଫୁଲବାଣୀ ବ୍ଲକ ଓ ମୁନସିପାଲଟି ପାଇଁ ରମେଶ ଚନ୍ଦ୍ର ସାହୁ ଖଜୁରୀପଡା ପାଇଁ ସରୋଜ କୁମାର ସାହୁ ଚକାପାଦ ବ୍ଲକ ପାଇଁ ପ୍ରଭାକର ନାୟକ ଦାରିଙ୍ଗବାଡି ବ୍ଲକ ପାଇଁ ଗୋଲକ ମଳିକ ଉଦୟଗିରି ବ୍ଲକ ପାଇଁ ଜୁନୁସ ପରିଛା ଟିକାବାଲି ବ୍ଲକ ପାଇଁ ସଥପତି ପ୍ରଧାନ ଓ ସଂଘର ଉପଦେଷ୍ଟା ଭାବେ ବରିଷ୍ଠ କଳାକାର ଅଚ୍ୟୁତ ବେହେରା ପ୍ରାଣବନ୍ଧୁ ସାହାଣୀ ମଧୁ ସୁଦନ ସାହାଣୀ ଯୁଧିଷ୍ଠିର ପାତ୍ର
ଓ ପୁରୁଷୋତ୍ତମ ନାୟକ ବିଜୟ ଆମାୟତଙ୍କୁ ଚୟନ କରାଗଲା l ଜ଼ିଲ୍ଲା ଉପସଭାପତିଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇ ଥିଲା ଶେଷରେ ଉପ ସଭାପତି ସଭାସାଙ୍ଗ କରିଥିଲେ l

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।