Monday, November 16, 2026
Home ଆଞ୍ଚଳିକ ଅଭିଷେକ କ୍ରିଏସନ ଓ ସାହାଯ୍ୟ ହୋପ ଅଫ ଲାଇଫ ପକ୍ଷରୁ ନିଃସହାୟ ପରିବାର କୁ ସହାୟତା...

ଅଭିଷେକ କ୍ରିଏସନ ଓ ସାହାଯ୍ୟ ହୋପ ଅଫ ଲାଇଫ ପକ୍ଷରୁ ନିଃସହାୟ ପରିବାର କୁ ସହାୟତା ପ୍ରଦାନ

22

ଗଞ୍ଜାମ,୧୪/୧୦(ଜିଲ୍ଲା ଖବର) : ଗଞ୍ଜାମ ସହର 3 ନମ୍ବର ୱାର୍ଡ ଆଖଡାବନ୍ଧ ସାହି ରେ ନିଃସହାୟ ଅବସ୍ଥାରେ ରହୁଥିବା ମିନ ଗୌଡ଼ ଙ୍କ ପରିବାରକୁ ଓଡିଶା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସାହାଯ୍ୟ ହୋପ ଲାଇଫ ଓ ବ୍ରହ୍ମପୁର ର ଅଭିଷେକ କ୍ରିଏସନ ସହାୟତାର ହାତ ବଢ଼ାଇଛି। ସାହାଯ୍ୟ ହୋପଲାଇଫ ର ଜିଲ୍ଲା ସଂଯୋଜକ ଅଭିଷେକ ପଣ୍ଡା,ଅଭିଷେକ କ୍ରିଏସନ୍ ର ପ୍ରଶାନ୍ତ କୁମାର ମହାରଣା, ଉମାକାନ୍ତ ବେହେରା,
ବିଜୟଲକ୍ଷ୍ମୀ ମହାଙ୍କୁଡ଼
ପ୍ରମୁଖ ପହଞ୍ଚି ଚାଉଳ,ରାସନ ସାମଗ୍ରୀ ସହ ମାକ୍ସ ପ୍ରଦାନ କରିଥିଲେ। ସୂଚନା ଥାଉକି କିଛି ମାସ ତଳେ ଏକ ଦୁର୍ଘଟଣା ର ଶିକାର ହୋଇ ନିଜର ଗୋଡ ହରାଇ ବିକଳାଙ୍ଗ ହୋଇପଡିବା ସହ ମିନ ଗୌଡ଼ ଅନିଶ୍ଚିତ ଭବିଷ୍ୟତ ନେଇ ଦୁର୍ଦିନରେ ନିଜ ପତ୍ନୀ, 8 ବର୍ଷର ଝିଅ ଓ 5 ବର୍ଷର ପୁଅ ଙ୍କୁ ନେଇ ଅଭାବ ଅନାଟନ ରେ କାଳତିପାତ କରୁଛନ୍ତି। ଖବର ପାଇ ସାହାଯ୍ୟ (ହୋପ ଅଫ ଲାଇଫ) ଓ ଅଭିଷେକ କ୍ରିଏସନ ର ସଦସ୍ୟ ମାନେ ନିଃସହାୟ ପରିବାରକୁ ସହାୟତା ପ୍ରଦାନ କରିବା ସହ ସହୃଦୟ ବ୍ୟକ୍ତି ମାନେ ଅଭାବ ଅନାଟନ ମଧ୍ୟରେ ଚଲୁଥିବା ମିନ ଗୌଡ଼ ପରିବାର କୁ ସହାୟତାର ହାତ ବଢାଇବାକୁ ଅନୁରୋଧ କରିଛନ୍ତି।

ରିପୋର୍ଟ ପ୍ରଦୀପ ସାହୁ ।