
ବାଲିଗୁଡ଼ା,୧୪/୧୦(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ କଲୋନୀ ରେ ଗତକାଲି ରାତ୍ରି 8.30 ସମୟରେ ଆଇଆରବି ର ଯବାନ ମାନସ ରଞ୍ଜନ ମାଝୀ ବ୍ଲକ କର୍ମଚାରୀ ଅଭିଜୀତ ପ୍ରଧାନ ଙ୍କ ଘରେ ମୁଖା ପିନ୍ଧି ପଶି ଛୁଆକୁ ବେକରେ ଛୁରୀ ଲଗାଇ ଟଙ୍କା, ସୁନା, ରୁପା ମାଗିଥିଲେ | ଏଥିରେ ପ୍ରଧାନ ଭୟଭିତ ହୋଇ ଯାଇଥିଲେ ଓ ଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା | ପାଟିସୁଣୀ ପଡୋଶୀ ଘର ବ୍ଲକ କର୍ମଚାରୀ ବିଜୟଲଷ୍ମୀ ପଣ୍ଡା ଆଶି ଛଡାଇ ବାକୁ ଚେଷ୍ଟା କରୁଥିଲା ବେଳେ ଛୁରୀ ଆକ୍ରମଣ ରେ ଶିକାର ହୋଇଥିଲେ | ଅଭିଜୀତ ପ୍ରଧାନ ମଧ୍ୟ ଛୁରୀ ଆକ୍ରମଣ ରେ ଶିକାର ହୋଇଥିଲେ | ଭୀଷଣ ପାଟି ଶୁଣି ସ୍ଥାନୀୟ ଲୋକ ଜମା ହୋଇ ଦୁର୍ବୁତ୍ତ କୁ କାବୁ କରି ମାଡ ମାରି ଗୋଟିଏ ରସିରେ ବାନ୍ଧି ଥାନା କୁ ଖବର ଦେଇଥିଲେ | ଖବର ପାଇ ପୋଲିସ ପହଂଞ୍ଚି ଦୁର୍ବୁତ୍ତ କୁ ଗିରଫ କରିଥିଲେ ଓ ଛୁରା ମାଡ଼ରେ ଆହତ ହୋଇଥିବା କର୍ମଚାରୀ ଙ୍କୁ ବାଲିଗୁଡା ଉପଖଣ୍ଡ ଚିକିଛାଳୟ କୁ ଆଣିଥିଲେ | ଆଇଆରବି ଯବାନ ମାନସ ରଞ୍ଜନ ମାଝୀ ଙ୍କୁ ଗିରଫ କରି କେଶ ନମ୍ବର 190/2020 ରେ ମାମଲା ରୁଜୁ କରିଛନ୍ତି | ଏହି କେଶ ର ଦାଇତ୍ୱ SI ରବୀନ୍ଦ୍ର ମୁଣ୍ଡାରୀ ନେଇଛନ୍ତି |
ରୀପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



