Saturday, November 14, 2026
Home ଆଞ୍ଚଳିକ ଦୁର୍ନୀତି କୁ ଘୋଡେଇ ବାକୁ ଛାପା ମୁଦ୍ରଣ ସାମ୍ବାଦିକ ସଂଘ ଗଠିତ,ପୂର୍ଵତନ ସାଂସଦ ସ୍ୱର୍ଗତ ରୁଦ୍ରମାଧଵ...

ଦୁର୍ନୀତି କୁ ଘୋଡେଇ ବାକୁ ଛାପା ମୁଦ୍ରଣ ସାମ୍ବାଦିକ ସଂଘ ଗଠିତ,ପୂର୍ଵତନ ସାଂସଦ ସ୍ୱର୍ଗତ ରୁଦ୍ରମାଧଵ ରାୟ ନାମରେ ମିଥ୍ୟା ଜାଲ ଦସ୍ତଖତ କରି ବାସିନ୍ଦା ସାର୍ଟିଫିକେଟ ଦେଇ ଜେଲ ଜାଇ ଆସିଛନ୍ତି

296

ଜଗନ୍ନାଥ ପ୍ରସାଦ,୧୪/୧୦(ଜିଲ୍ଲା ଖବର) : ଜଗନ୍ନାଥ ପ୍ରସାଦ ଅଂଚଳର କିଛି ଦୁର୍ନୀତି ଖୋର ସାମ୍ବାଦିକ ନିଜ ଦୁର୍ନୀତି କୁ ଘୋଡେଇବାକୁ ଢାଲ କରି ଛାପ ମୁଦ୍ରଣ ସାମ୍ବାଦିକ ସଂଘ ଗଠନ କରିଛନ୍ତି।ଜାଲ ଭାବେ ବାସିନ୍ଦା ପତ୍ର ବାହାର କରି ସାମ୍ବାଦିକ ର ଚାପ ପକେଇ ଅଙ୍ଗନବାଡ଼ି ଚାକିରୀ କରେଇଥିଲେ ନିଜ ସ୍ତ୍ରୀକୁ, କିନ୍ତୁ ଉଚ୍ଚ ନ୍ୟାୟାଳୟ ରୁ ଆଦେଶ ଆଣିଥିଲେ ଭି କେସ ମରି ଗଲେ ଭି ସାମ୍ବାଦିକ ବଳ ରେ ଏବେ ଭି ଚାକିରୀ କରୁଛନ୍ତି।ଉକ୍ତ ସାମ୍ବାଦିକ କେବଳ ଅଷ୍ଟମ ଶ୍ରେଣୀ ପାଠ ପଢ଼ିଛନ୍ତି,ଓ ସେ ପୂର୍ବ ରୁ ଗୋଟେ ବହି ଦୋକାନ ରେ ହଳିଆ କାମ କରୁଥିଲେ। ଏବେ ଭି କିଛି ସରକାରୀ ଜମି ମାଡିବାସୀ ମିଲ କରିଛନ୍ତି,ସାମ୍ବାଦିକ ହୋଇ ଥିବାରୁ ତହସିଲଦାର ପଦକ୍ଷେପ ନେଇ ପାରୁ ନାହାନ୍ତି।ଦୁଇ ମହଲା ଘର ଥାଇ ଭି ରେସନ କାର୍ଡ ରେ ଚାଉଳ ନେଉଛନ୍ତି।ଅକ୍ଷମ ଝିଅ ଚାକିରୀ କରିଥିଲେ ଭି ତାଙ୍କ ନାମରେ ଥିବା ରେସନ କାର୍ଡ ରୁ କିପରି ଚାଉଳ ଉଠା ଯାଉଛି ତାହା ର ଭିଜିଲାନ୍ସ ତଦନ୍ତ ହେଉ।
ଆଉ ଜଣେ ସାମ୍ବାଦିକ ଯିଏ କି ନିଜର କିଛି ଭୁମି ରେ ସରକାରୀ ଜମି ମିଶେଇ ସରକାରୀ କଳ ରୁ ଲକ୍ଷ ଲକ୍ଷ ଟଙ୍କାର ପୋଖରୀ Nrega କାର୍ଯ୍ୟ ହୋଇ ଥିଲେ ଭି ମେସିନ ରେ ଖୋଳେଇ ଛନ୍ତି। ସେହି ଅଞ୍ଚଳରେ ବସତି ନଥିଲେ ଭି ସାମ୍ବାଦିକ ରୂପେ ପ୍ରଶାସନ ରେ ଚାପ ପକେଇ ଲକ୍ଷ ଲକ୍ଷ ଟଙ୍କାର ରାସ୍ତା ନିର୍ମାଣ କରିଛନ୍ତି।ସେହି ଜାଗାରେ ସର୍ବଦା ବୈଠକ କରି ନାନାଦି ଦୁର୍ନୀତି କାର୍ଯ୍ୟ କରୁଛନ୍ତି।
ଆଉ ଜଣେ ସାମ୍ବାଦିକ ପୂର୍ବତନ ଲୋକସଭା ସାଂସଦ ରୁଦ୍ର ମାଧବ ରାୟ ଙ୍କ ନାମରେ ଜାଲ ଦସ୍ତଖତ କରି ବାସିନ୍ଦା ପ୍ରମାଣ ପତ୍ର ଦେଇ ଜେଲ ଯାଇ ଆସିଛନ୍ତି।ସେହିପରି ପୋଲିସ ଅଧିକାରୀ ଙ୍କ ଝିଅ କୁ ଭଲ ପାଇଁ ମଧ୍ୟ ଜେଲ ଯାଇ ଆସିଛନ୍ତି।ବିଭିନ୍ନ RTI ମାଗି ଆଇନ ଜୀବୀ ବୋଲି ଧମକ ଦେଇ ବାଟି ଆଦାୟ କରୁଛନ୍ତି।
ଛାପା ର ସମ୍ପାଦକ ତଳ ଦିନେ ଜଗନ୍ନାଥ ପ୍ରସାଦ ଗ୍ରାମ ପଂଚାୟତ ର ଚିକିଲି ଗ୍ରାମକୁ ବଟି ମାଗିବାକୁ ଯାଇଥିଲେ ସେଠାରେ ଗ୍ରାମବାସୀ ତାଙ୍କୁ କୋଠ ଘରେ ଦଉଡିରେ ବାନ୍ଧି ରଖି ଥିଲେ ଓ ବାଇକ ର ପମ୍ପ ଛାଡି ଦେଇଥିଲେ, ତା ପରେ ତାକୁ ପୋଲିସ ଉଦ୍ଧାର କରିଥିଲେ।
ଆଉ ଜଣେ ସାମ୍ବାଦିକ କୃଷି ବିଭାଗ ରେ କାର୍ଯ୍ୟ କରିବା ସହ,ମେଡିକାଲ ରେ ଗାଡ଼ି ଚଲାଉଛନ୍ତି,ସେପଟେ ସରକାରୀ ଚାଉଳ ଦେଇ ହରିଲୁଟ କରୁଛନ୍ତି,ଦୁଇ ମହଲା ଘର ଥିଲେ ଭି ନିଜ ମା ବାର୍ଦ୍ଧକ୍ୟ ଭତ୍ତା ପାଉ ଛନ୍ତି।ଏହାର ଭି ତଦନ୍ତ ହେଉ।ସେ ସଂଘ କୁ ଯିଏ ଉପଦେଶ ଦିଏ ତା କଥା ଶୁଣିଲେ ଆପଣ ଙ୍କ ହୋସ ଉଡିଯିବ।ତାଙ୍କର ଏ ଯାଏ 3 ଟି ବିବି। ତାଙ୍କ ଶିଷ୍ୟ ସାମ୍ବାଦିକ ଙ୍କ ମଧ୍ୟ 3 ଟି ବିବି,ଗୋଟେ ଛାଡି ଦେଇ ଯାଇଛି, ଗୋଟେ କେସ କରି ଯାଇଛି ଆଉ ଗୋଟେ ଅଛି।ବିଭିନ୍ନ ଅନୁଷ୍ଠାନ ରେ ରହି ହରିଲୁଟ କରିବା,ପୁର୍ବ ରେ ଜଣେ କନିଷ୍ଠ ଯନ୍ତ୍ରୀ କୁ ମାଡ ମାରି ଭି ଜେଲ ଯାଇଛନ୍ତି।ତାଙ୍କ ଦୁର୍ନୀତି ର ପ୍ରମାଣ ସହ ଦିଆଯିବ।
ଛାପ ଖବର କିଛି ହାତ ଗଣତି ଲୋକ କେବଳ ନିଅନ୍ତି, ସେଲୁନ ଵାଲା, ପରିବା ଵାଲା, ହୋଟେଲ ଵାଲା ନ ଓ ପେଣ୍ଟ ସାର୍ଟ ରେ ଇସ୍ତ୍ରୀ କଲା ବେଳେ,ଛୋଟ ପିଲା ର ମଳ କଡ଼ିବା ପାଇଁ ବ୍ୟବହାର ହୁଏ,କିନ୍ତୁ ୱେବ ମିଡ଼ିଆର ବର୍ତମାନ ସମୟ ରେ ଚାହିଦା ଥିବାରୁ ସେମାନେ ଏଥିରେ ଇର୍ଷା ହୋଇ ମନ୍ତବ୍ୟ ଦେଉଛନ୍ତି। ତାଙ୍କ ମନ୍ତବ୍ୟ ଟା ଚାଲୁଣି କହୁଛି ଛୁଞ୍ଚି ତୋ ପଛ ପଟେ ଗୋଟେ କଣା ବୋଲି ସମସ୍ତେ କହୁଛନ୍ତି।ଛାପ ସଂଘ ସହ କିଛି ୱେବ ଵାଲା ମିଶି ମଧ୍ୟ ନଷ୍ଟ ହେବାକୁ ଗଲେଣି, ସେ ଛପା ସଂଘ ଆଉ ଛପା ହୋଇ ରହିନୀ,
ଖେଚିଡି ସଂଘ ହେଇ ଗଲାଣି।ସବୁ ଘଟଣାର ତ ଦନ୍ତ ହେଉ , ଛପା କେତେ ନକଲି ଓ ତାର ସଦସ୍ୟ କେତେ ଦୁର୍ନୀତି ଗ୍ରସ୍ଥ
ତଦନ୍ତ ହେଉ ବୋଲି ବୁଦ୍ଧିଜୀବି ମହଲ ରୁ ଦାବି ହେଉଛି।

ରିପୋର୍ଟ ନିରାକାର ସାହୁ ।