
ବାଲିଗୁଡ଼ା,୧୪/୧୦ { ଜ଼ିଲ୍ଲା ଖବର } : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପଞ୍ଚାୟତ ମହାବିଦ୍ୟାଳୟ ନିକଟରେ ଗୋଟିଏ ଅଜଣା ଗାଡ଼ି ସହ ମୋଟର ସାଇକଲ ର ଦୁର୍ଘଟଣା ଘଟିଛି | ଘଟଣା ସ୍ଥଳରେ ବାଇକ ଚାଳକ ଓ ପଛରେ ବସିଥିବା ଯୁବକ ଙ୍କ ମୃତ୍ୟୁ ହୋଇଛି | ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଞ୍ଚି ବାଇକ ଜବତ କରିବା ସହ ଦୁଇଜଣଙ୍କ ଶବ କୁ ବ୍ୟବଛେଦ ପାଇଁ ଚିକିତ୍ସାଳୟକୁ ପଠାଇଛନ୍ତି | ଜଣଙ୍କର ଘର ଫିରିଙ୍ଗିଆ ବ୍ଲକ ଦଳପଡ଼ା ଗ୍ରାମର ମଧୁସୂଦନ ବେହେରା ବୋଲି ଜଣାପଡିଛି ଓ ଅନ୍ୟ ଜଣକର ପରିଚୟ ମିଳିନାହିଁ | ଫିରିଙ୍ଗିଆ ପୋଲିସ ଏହାର ତଦନ୍ତ ଚଳାଇଛନ୍ତି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



