Sunday, November 15, 2026
Home ଜିଲ୍ଲା “ଶ୍ରୀ ଜଗନ୍ନାଥ ଏକତା ସଙ୍ଘ” ପକ୍ଷରୁ ଦିଲ୍ଲୀ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ...

“ଶ୍ରୀ ଜଗନ୍ନାଥ ଏକତା ସଙ୍ଘ” ପକ୍ଷରୁ ଦିଲ୍ଲୀ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧନା

40

ନୂଆଦିଲ୍ଲୀ,୧୪/୧୦ (ଜିଲ୍ଲା ଖବର) : କରୋନା ମହାମାରୀ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଓ ଏହାର ଉପକଣ୍ଠବର୍ତ୍ତୀ ସହର ଗୁଡିକ ରେ ମଧ୍ୟ ବସବାସ କରୁଥିବା ଅନେକ ପ୍ରବାସୀ ଓଡ଼ିଆ ମାନେ ଏଥିରେ ପ୍ରଭାବିତ ହୋଇ ଗତ ଲକଡାଉନ ସମୟରେ ନିଜ ନିଜର ଜୀବନଜୀବିକା ହରାଇବା ସହ ଦିନକୁ ଦୁଇବେଳ ଖାଦ୍ୟ ଯୋଗାଡ଼ କରିବା ଦିଗରେ ଅସହାୟ ହୋଇପଡିଥିବା ବେଳେ ସେହି ସମୟରେ ଓ ବର୍ତ୍ତମାନ ର ଦୁର୍ଦ୍ଧିନ ରେ ଗରିବ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ମହାନଗର ଦିଲ୍ଲୀ ର ଶ୍ରୀ ନୀଳାଚଳ ସେବା ସଙ୍ଘ ତଥା ହାଉଜ଼ଖlସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ସମ୍ପାଦକ ରବୀନ୍ଦ୍ରପ୍ରଧାନ.କରୋନା ମହାମାରୀ ସଂକ୍ରାମଣ କୁ ଭୟ ନ କରି ନିଜ ଜୀବନ କୁ ବାଜି ଲଗାଇ ଗରିବ, ଅସହାୟ ଲୋକଙ୍କ ପାଇଁ ଆଗେଇଆସି ସେ ଯେଉଁଭଳି ସାହାଯ୍ୟ ସହଯୋଗ ର ହାତ ବଢ଼େଇଛନ୍ତି ଏବଂ ମାନବିକତା ପ୍ରଦର୍ଶନ କରିଛନ୍ତି ତାହା ବାସ୍ତବରେ ବେଶ ପ୍ରଶଂସନୀୟ ବୋଲି ଏଠାରେ ପ୍ରବାସୀ ଓଡ଼ିଆ ମହଲ ରେ ଚର୍ଚ୍ଚ ଚାଲିଛି. ଲକଡାଉନ ସମୟରେ ଦିଲ୍ଲୀ ଏନ. ସି. ଆର ରେ ରହୁଥିବା ଓ ଆର୍ଥିକ ସ୍ଥିତି ରେ ଦୁର୍ବଳ ଥିବା ପ୍ରବାସୀ ଓଡ଼ିଆ ପରିବାରବର୍ଗ ଙ୍କୁ ସେ ଚି଼ହ୍ନଟ କରି ନିଜ ତରଫରୁ, ଓ ନିଜସ୍ୱ ଉଦ୍ୟମରେ ବିଭିନ୍ନ ବଦନ୍ୟବ୍ୟକ୍ତି ଓ ସଂଗଠନ ଠାରୁ ସହାୟତା ଆଣି ଶୁଖିଲା ଖାଦ୍ୟ, ରାସନ, ରନ୍ଧାଖାଦ୍ୟ, ଦିଲ୍ଲୀ,ଏନ. ସି. ଆର. ର ରେ ରହୁଥିବା ଅସହାୟ ପ୍ରବାସୀ ଓଡ଼ିଆ ଗରିବ ପରିବାରବର୍ଗ ଙ୍କ ପାଖକୁ ପଠାଇବl ଦିଗରେ ସେ ଯେଉଁ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ତାହା ଏଯାବତ ଲୋକେ ଭୁଲିନାହାନ୍ତି. ଏବଂ ଏବେ ମଧ୍ୟ ଅନେକ ସ୍ଥାନରେ ସେ ସର୍ବସାଧାରଣ ଙ୍କ ପାଇଁ ବେଳେବେଳେ ମlସ୍କ, ସେନେଟେଇଜର ବଣ୍ଟନ କରି ବେଶ ଚର୍ଚ୍ଚ କୁ ଆସିଥିବା ଜଣାଯାଇଛି. ନିଜ ବ୍ୟକ୍ତିଗତ କାମକୁ ପଛରେ ପକାଇ ପ୍ରବାସୀ ଓଡ଼ିଆ ଙ୍କ ସୁଖ, ଦୁଃଖ ରେ ଦୀର୍ଘବର୍ଷ ଧରି ନିଜକୁ ସାମିଲ କରି ଆସୁଥିବା ଓ ବିଭିନ୍ନ କାର୍ଯ୍ୟକ୍ରମ ରେ ପ୍ରବାସୀ ଓଡ଼ିଆ ମାନଙ୍କୁ ସହଯୋଗ ର ହାତ ବଢ଼ାଇ ଆସୁଥିବା ଶ୍ରୀ ରବୀନ୍ଦ୍ର ପ୍ରଧାନ ଙ୍କୁ ବିଭିନ୍ନ ମହଲ ରୁ ଏବଂ ଦିଲ୍ଲୀ ର ବିଭିନ୍ନ ଓଡ଼ିଆ ସଂଗଠନ ତରଫରୁ ପ୍ରଶଂସା ର ସୁଅ ଛୁଟୁଥିବା ବେଳେ ଶ୍ରୀ ପ୍ରଧାନ ଙ୍କ ଏହି ମହତକାମ କୁ ଶ୍ରୀ ଜଗନ୍ନାଥ ଏକତା ସଙ୍ଘ ପକ୍ଷରୁ ମଧ୍ୟ ଏହାର କର୍ମକର୍ତ୍ତା ମାନେ ଉଚ୍ଚ ପ୍ରଶଂସା କରିବା ସହ ଇତିମଧ୍ୟରେ ସଙ୍ଘ ପକ୍ଷରୁ ଏକ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଏବଂ ଏହିଭଳି ମହତ ସେବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ସଦା ସର୍ବଦା ଶକ୍ତି, ମନୋବଳ ଦିଅନ୍ତୁ . ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବାସହ ତାଙ୍କୁ ଦୀର୍ଘାୟୁ କରିବା ପାଇଁ ସଙ୍ଘ ର କର୍ମକର୍ତ୍ତା ମାନେ ଜଗନ୍ନାଥ ଙ୍କ ନିକଟରେ ପ୍ରlର୍ଥନା କରିଛନ୍ତି ।

ରିପୋର୍ଟ ଲକ୍ଷ୍ମୀ ନାରାୟଣ ବେବର୍ତ୍ତା ।