
ଜଟଣୀ,୧୪/୧୦(ଜିଲ୍ଲା ଖବର) : ଜଟଣୀଥାନା ଅନ୍ତର୍ଗତ ପୌରକାର୍ଯ୍ୟାଳୟ ଛକଠାରେ ଗତ ୫ ତାରିଖ ମଧ୍ୟାହ୍ନରେ ଜଣେ ଅର୍ଥଲଗାଣକାରୀ ସଂସ୍ଥା ଅଧିକାରୀଙ୍କଠାରୁ ୩ଜଣ ଦୁର୍ବୁତ୍ତ ଲକ୍ଷାଧୁକ ଲୁଟିନେଇଥିଲେ। ଏହି ଘଟଣାରେ ଜଟଣୀ ପୁଲିସ ୫ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କଠାରୁ ପୁଲିସ ୨ଟି ବାଇକ୍, ନଗଦ ଟଙ୍କା ଏବଂ ବ୍ୟବହୃତ ଲୁହାରକୁ ଜବତ କରିଛି । ଜଟଣୀ ଥାନା ମହୁଲଗୁଡ଼ିଆ ଛକ ପୌରକାର୍ଯ୍ୟାଳୟଠାରୁ ୧୦୦ ମିଟର ଦୂରରେ ଏହି ଘଟଣା ଘଟିଥିଲା । ଜଟଣୀ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଟଙ୍କା ଆଦାୟ କରି ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଫୋନ୍ ଆସବାରୁ ଭୁବନେଶ୍ବର ସିଏମ୍ସି ଇଫୋଟେକ୍ ପ୍ରାଲି ନାମକ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା କର୍ମଚାରୀ ମନୋରଞ୍ଜନ ପଟ୍ଟନାୟକ ନିଜ ବାଇକ୍ (ଓଡି ୦୫ ଡି ୪୯୪୮) ନିକଟରେ ଛିଡ଼ାହୋଇ କଥା ହେଉଥିଲେ। ଏହି ସମୟରେ ୩ଜଣ ଦୁର୍ବୁତ୍ତ ଏକ କଳାପଲସରରେ ଆସି ତାଙ୍କୁ ଟଙ୍କା ମାଗିଲେ । ମାତ୍ର ଟଙ୍କା ନଥିବା । । କହିବାରୁ ତାଙ୍କ ନିକଟରେ ଥିବା ବ୍ୟାଗଟି । ମାଗିଥିଲେ । ଏଥିରେ ରାଜି ନହେବାରୁ ତାଙ୍କ କାନମୁଣ୍ଡାରେ ବନ୍ଧୁକ ଲଗାଇ ବ୍ୟାଗଟିକୁ ଝାଖିଥିଲେ । ମନୋରଞ୍ଜନ ପାଟି କରିବାରୁ ତାଙ୍କୁ ସେମାନେ ଜୀବନରୁ ମାରିଦେବାକୁ ବ ଧମକ ଦେଇ ବ୍ୟାଗଟିକୁ ନେଇ ପଳାଇଥିଲେ। ଏଥିରେ ମୋଟ ୬ଲକ୍ଷ ୬୮ହଜାର ୨୭ଟଙ୍କା ଥିଲା । ନିକଟରେ ଥିବା ଏକ ଘରେ ଲାଗିଥିବା ସିସିଟିଭିରେ ଏହିସବୁ ଘଟଣା କଏଦ ହୋଇଯାଇଥିଲା । ପୁଲିସ ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଥିଲା । ତଦନ୍ତ ପରେ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ବିଡ଼ିଏ
କଲୋନୀର ଟୁଲୁ ମହାରଣା(୨୩),
ବାଛିରାପାଟଣା ଘଡେଇସାହିର ଚନ୍ଦ୍ର ଓରଫ । ରଞ୍ଜିତ କୁମାର ଘଡ଼େଇ(୨୦), ମିଥୁନ। । ଘଡ଼େଇ(୨୩), ଭୀମପୁର ଅଞ୍ଚଳର କାଙ୍କୁ ଓ ରଫ କାହା ନାଏକ(୨୦), ଖୋଶ କଦଳିବାଡ଼ିର ଜଟଣୀ ବାଛରାପାଟଣା ଘଡେଇ ସାହିରେ ରହୁଥିବା ଚନ୍ଦନ ରାଉତରାୟ(୨୪) । ୩ଜଣ ଲୁଟ୍ କରିଥିବା ବେଳେ ଅନ୍ୟ ୨ଜଣ ଏମାନଙ୍କ ସହଯୋଗୀ ଓ ସେମାନେ ମିଶିକରି ଅନ୍ୟ କେତେକ ସ୍ଥାନରେ ଡକାୟତି କରିବାକୁ ଯୋଜନା କରିଥିବା ପୁଲିସ କହିଛି । ପୁଲିସ ଏମାନଙ୍କଠାରୁ ୨ଟି ବାଇକ୍, ନଗଦ ‘ ୪୫୦୦ଟଙ୍କା, ଲୁହାରଡ୍, ୪ଟି ମୋବାଇଲ ଜବତ କରିଛି । ଜଟଣୀ ଥାନା କେଶ ନଂ ୩୭୯/୨୦ରେ ମାମଲା ରୁଜୁକରି ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ।
ରିପୋର୍ଟ ସଞ୍ଜୀବ କୁମାର ।



