Home ଆଞ୍ଚଳିକ ଜାଭିୟର ଗ୍ରାମୀଣ ପରିଚାଳନାର ଅଭିବ୍ୟକ୍ତି-୨୦-ଉଦଯାପିତ

ଜାଭିୟର ଗ୍ରାମୀଣ ପରିଚାଳନାର ଅଭିବ୍ୟକ୍ତି-୨୦-ଉଦଯାପିତ

24

ଜଟଣୀ,୧୪/୧୦/(ଜିଲ୍ଲା ଖବର : ଜାଭିୟର ବିଶ୍ବବିଦ୍ୟାଳୟର ସ୍କୁଲ ଅଫ ଗ୍ରାମୀଣ ପରିଚାଳନା ସଂଘ ପକ୍ଷରୁ ଦୁଇଦିନିଆ ବାର୍ଷିକୋତ୍ସବ ଅଭିବ୍ୟକ୍ତି-୨୦’ ଆୟୋଜିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ଥରଲାଗି ଅନ୍‌ଲାଇନ୍ ମାଧ୍ୟମରେ ବାର୍ଷିକୋତ୍ସବ ଆୟୋଜିତ ହୋଇଥିଲା । ଏଥିରେ ବିଶିଷ୍ଟ ଶିଳ୍ପ ବିଶେଷଜ୍ଞମାନେ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ଏହାବ୍ୟତୀତ ବିଶାଲ ୱାଡ (ଫୁଲରଟନ ଇଣ୍ଡିଆ ଗ୍ରାମୀଣ ବ୍ୟବସାୟ ମୁଖ୍ୟ) ଏବଂ ମିଡ୍‌ଲ୍ୟାଣ୍ଡ ମାଇକ୍ରୋଫିନ୍ ଲିମିଟେଡ୍‌ର ଅନୁରାଗ ଦ୍ବିବେଦୀ ପ୍ରମୁଖ ବୈଷୟିକ ଶିକ୍ଷା, ବ୍ୟାଙ୍କିଙ୍ଗ ଇତ୍ୟାଦି ଉପରେ ବକ୍ତବ୍ୟ ମାଧ୍ୟମରେ ଶିକ୍ଷାପ୍ରଦାନ କରିଥିଲେ। ଉଜିଭାନ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଓ ଏମ୍ଏସ୍ଏମ୍ଇର ନ୍ୟାସନାଲ ପ୍ରଡକୁ ମ୍ୟାନେଜର ଆସିମ୍ ସାର୍କ ଯୋଗଦେଇଥିବା ସମସ୍ତ ବିଦ୍ୟାର୍ଥୀମାନଙ୍କୁ ଭର୍ତ୍ତୃଆଲ ମାଧମରେ ସିମୁଲେସନ ଓ ମାଧବ ଅଧୁକାରୀ କହିଛନ୍ତି ଯେ, ସରକାରୀ ନୀତିଗୁଡ଼ିକ କିପରି ଭାବରେ କାର୍ଯ୍ୟ କରେ ତାହା ସମସ୍ତେ ଅନୁଭବ କରିବା ଆବଶ୍ୟକ । ସେହିପରି ଏପିଓ ଏବଂ ସମବାୟ ସମିତିର ଆବଶ୍ୟକତା ଉପରେ ନାଫେର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ୱାଧା ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।
ଏଥିରେ ୟୁପିଏଲର ଷ୍ଟାଟେଜି ବିଜନେସ୍ ୟୁନିଟ୍ ହେଡ୍ ସାଭେସ କୁମାର ଉପସ୍ଥିତ ରହିଥିଲେ। ଅଭିବ୍ୟକ୍ତିର ଦ୍ବିତୀୟ ଦିବସରେ ଜେଏସ୍‌ଡବ୍ଲ୍ୟୁ ଗୁପର ମୁଖ୍ୟ ମାନବସମ୍ବଳ ଅଧୁକାରୀ ଶ୍ରୀ । କୁମାର ମହାମାରୀ କରୋନା ସଂକ୍ରମଣ ସମୟରେ ହୋଇଥିବା ସମସ୍ୟାରେ ଅନେକ ବିଭାଗ ସହଯୋଗ କରିଥିବା କହିଥିଲେ । ଡାଏରୀ, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ମାର୍କେଟିଂହେଜ୍ ଛାତ୍ରଛାତ୍ରୀଙ୍କୁ ଗ୍ରାହକଙ୍କ ଆଚରଣ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମରେପ୍ରଦାନରକାର୍ଯ୍ୟନିର୍ବାହୀଅଧିକାରୀନରେନ୍ଦ୍ରନାଥଦାମୋଦନ,ଏଜିଏସିଏଆଇର ଅଧକ୍ଷ ଡବ୍ଲ୍ୟୁ ପ୍ରସନ କୁମାର, ଡକ୍ଟର ରେଡି ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରଣବ କୁମାର ଚୌଧୁରୀ, ମଧ୍ୟପ୍ରଦେଶ ୟୁଏନ୍‌ଡିପିର ରାଜ୍ୟ ମୁଖ୍ୟ କୁମାର ସାକେଟଙ୍କ ସହିତ ସମସ୍ତ ଅଧୁକାରୀ ଓ ଛାତ୍ରଛାତ୍ରୀ ଭଷ୍ଟ୍ରିଆଲ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ରିପୋର୍ଟ ସଞ୍ଜୀବ କୁମାର ।