
ଗଞ୍ଜାମ,୧୩/୧୦(ଜିଲ୍ଲା ଖବର) : କରୋନା ମାହାମାରୀ ଯୋଗୁଁ କୋଭିଡ କଟକଣା ପ୍ରଭାବରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ସମ୍ପ୍ରତି ଗଞ୍ଜାମ ସହର ର ପରିବା ଦୋକାନ ମାନଙ୍କରେ ପନିପରିବା ଦରବୃଦ୍ଧି ଘଟିଛି। ବଜାର ରେ ପରିବା କ୍ରୟ କରିବାକୁ ଗଲେ ସାଧାରଣ ଓ ମଧ୍ୟବିତ୍ତ ଶ୍ରେଣୀର ପରିବାର ନିମନ୍ତେ ପନିପରିବା ଦରବୃଦ୍ଧି ବେଶ ବାଧୁ ଥିବା ପରିଲକ୍ଷିତ ହୋଇଛି। ପିଆଜ କିଲୋ ପ୍ରତି 40 ରହିଥିବା ବେଳେ ଆଳୁ କିଲୋ 35ଟଙ୍କା ରହିଛି।ଵିନ୍ସ 80,କୋବି 80,ବାଇଗଣ 60,ଛୋଟ କାଙ୍କଡ଼ 120,ବଡ଼ କାଙ୍କଡ଼ 60,ଭେଣ୍ଡି 35 ରୁ 40,ଟମାଟୋ 40,ଜହ୍ନି 40,ପତ୍ରକୋବି 40,ଗୁହାଁର40,କୁନ୍ଦୁରି 40,ବୋଇତାଳୁ 20,କଟିକି ପୋଟଳ 60 ,କଲରା 40,ସାରୁ 40,ଅମୃତଭଣ୍ଡା 30 ଟଙ୍କା କିଲୋପିଛା ରହିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ କାନ୍ଦୁଲ ଜାଇ କିଲୋ ପିଛା 120 ଟଙ୍କାକୁ ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି।ଯାହାକୁ ନେଇ ଖାଉଟିମାନେ ଚିନ୍ତିତ ହୋଇପଡିଥିବା ପରିଲକ୍ଷିତ ହୋଇଛି।ଗରିବ ଶ୍ରେଣୀର ଲୋକେ ପରିବା ରେଟ ପଚାରି ଶସ୍ତା ଅନୁଭବ କରୁଥିବା ପରିବା ପାଏ ଲେଖାଏଁ କ୍ରୟ କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ରବି ଫସଲ ନଷ୍ଟ ହେବାର ସମ୍ଭାବନା ରହିଥିବାରୁ ଆହୁରି ଦରବୃଦ୍ଧି ଘଟିବବୋଲି ଆଶଙ୍କା କରାଯାଇଛି।ସାଧାରଣ ଓ ମଧ୍ୟବିତ୍ତ ପରିବାର ନିମନ୍ତେ ପ୍ରଶାସନିକ କ୍ଷେତ୍ରରେ ବିହିତ ପ୍ରତିକାର ନିମନ୍ତେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।
ରିପୋର୍ଟ ପ୍ରଦୀପ କୁମାର ସାହୁ।


