
ଜଗନ୍ନାଥପ୍ରସାଦ,୧୩/୧୦(ଜିଲ୍ଲା ଖବର) : ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ର ଜନୈକ ବ୍ୟକ୍ତି ଘରୁ ବିପୁଳ ପରିମାଣର ଗଞ୍ଜେଇ କୁ ପୋଲିସ ଜବତ କରିବା ସହ ଜଣକୁ ମଧ୍ୟ ଅଟକ ରଖି ଅଧିକା ତଦନ୍ତ ଜାରି ରଖିଛି।ବହୁ ଦିନ ହେଲା ଚୋରା ରେ ଗଞ୍ଜେଇ ବେପାର ହେଉଥିବା ସମ୍ପର୍କରେ ଭଞ୍ଜନଗର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ପାଖରେ ଖବର ଥିଲା,ତାଙ୍କ ନିର୍ଦେଶ କ୍ରମେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ଜଗନ୍ନାଥ ପ୍ରସାଦ ପୋଲିସ ସହାୟତା ରେ ଚଢ଼ାଉ କରି ବିପୁଳ ପରିମାଣ ର ଗଞ୍ଜେଇ ଜବତ କରିଥିଲା ଓ ଏଥି ସହ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିଷୟରେ ଅଧିକା ତଦନ୍ତ ଜାରି ରଖିଛି।ଜଗନ୍ନାଥ ପ୍ରସାଦ ଅଂଚଳର ବିଭିନ୍ନ ଦୋକାନ ରେ ଗଂଜେଇ ସିଗାରେଟ ଖୁଲୁମଖୁଲା ବିକ୍ରୀ ହେଉ ଥିବା ସହ, ଏହା ପାନ କରି ଯୁବକ ଗୋଷ୍ଠି ବିପଥଗାମୀ ହେଉ ଥିବା ଜଣା ଯାଉଛି।କମ୍ ଟଙ୍କା ରେ ଅଧିକା ନିଶା ହେଇ ଥିବା ରୁ ସମସ୍ତେ ଏହାକୁ ନିଶା ରୂପେ ଗ୍ରହଣ କରୁଛନ୍ତି।ଏହାର ସୁଯୋଗ ନେଇ ଗଂଜେଇ ମାଫିଆ ମାନେ ଚୋରା ରେ ଗଂଜେଇ ଆଣି ଲକ୍ଷ ଲକ୍ଷ ଟଙ୍କା ର ସମ୍ପତ୍ତି କରିଛନ୍ତି।ଲକ୍ଷ ଲକ୍ଷ ଟଙ୍କାର ଭୁମି,ଗୃହ, କ୍ରୟ କରି ବିପୁଳ ସମ୍ପତ୍ତି ର ଅଧିକାରୀ ହେଇ ଥିବାରୁ ଏହାର ଉଚ୍ଚ ସ୍ଥରିୟ ତଦନ୍ତ କରି ସମ୍ପତ୍ତି ବାର୍ଯ୍ୟାପ୍ତ କରିବା ପାଇଁ ସାଧାରଣ ରେ ଦାବି ହେଉଛି।ଗଂଜେଇ ବେପାର ସହ ସଂପୂକ୍ତ ଵ୍ୟକ୍ତି ,ଓ ବିକ୍ରୀ ହେଉ ଥିବା ଦୋକାନ ଗୁଡିକ ରେ ଚଢ଼ାଉ ହେଲେ ଏହି ଚୋରା ବେପାର ସମ୍ପର୍କିତ ବହୁ ତଥ୍ୟ ପଦାକୁ ଆସିବା ସହ ଏହି ରାକେଟ ସହ ସମ୍ପୃକ୍ତ ବହୁ ବ୍ୟକ୍ତି ର ମୁଖା ଖୋଲିଯିବ ବୋଲି ସାଧାରଣରେ ଅଭିଯୋଗ ହେଉଛି।
ରିପୋର୍ଟ, ନିରାକାର ସାହୁ ।


