Sunday, October 11, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାରେ ପାଳନ ହେବନି ଦୁର୍ଗାପୂଜା ! ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାରେ ପାଳନ ହେବନି ଦୁର୍ଗାପୂଜା ! ଜିଲ୍ଲାପାଳ

48

ଛତ୍ରପୁର,୧୨ା୧୦(ଜିଲ୍ଲା ଖବର) : ଗଞ୍ଜାମରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଆପଣମାନଙ୍କ ସହଯୋଗ ଓ ଚେଷ୍ଟା ଯୋଗୁ ଏହା ହୋଇପାରିଛି। ଏଥିପାଇଁ ଗଞ୍ଜାମର ଜନସାଧାରଣଙ୍କୁ ସୋମବାର ଏକ ଭିଡିଓ ବାର୍ତ୍ତା ଜାରି କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଦେଇଛନ୍ତି। ତେବେ ଆଗକୁ ଆହୁରି ସଜାଗ ରହିବାକୁ ପଡ଼ିବ। ଆଗକୁ ଦୂର୍ଗା ପୂଜା। ପରେ ଦୀପାବଳି ଓ କାଳୀପୂଜା ମଧ୍ୟ ଅଛି। ଜୀବନ ବଞ୍ଚିଲେ ପୂଜା କରିବା। ଅନଲକ୍‌-୫ରେ କେବଳ ଆମ ଜୀବିକା ମଜବୁତ କରିବାକୁ ଅନୁମତି ଦିଆଯାଇଥିବା ଜିଲାପାଳ କହିଛନ୍ତି। ଏଣୁ ସାର୍ବଜନୀନ ପୂଜା କରନ୍ତୁ ନାହିଁ। ନିଜ ଘରେ କରିବାକୁ ଜିଲାପାଳ ଅନୁରୋଧ କରିଛନ୍ତି। ଆହୁରି ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଏବେ ସଂକ୍ରମଣ ରହିଛି ଏବଂ ଶୀତମାସ ଆସୁଛି। ଥଣ୍ଡା ଯୋଗୁ ସଂକ୍ରମଣ ବଢ଼ିବାର ସମ୍ଭାବନା ଥିବା ଜିଲାପାଳ କହିଛନ୍ତି। ଏବେ ଯାତାୟାତ ବଢ଼ିଯାଇଛି। ଏଥିଲାଗି ସଂକ୍ରମଣର ସମ୍ଭାବନା ଅଛି। ଘରେ ରୁହନ୍ତୁ। ଆବଶ୍ୟକ ଓ ଜରୁରୀ ଥିଲେ ହିଁ ଘରୁ ବାହାରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଯଦି ଜରୁରୀ ଅଛି ଘରୁ ବାହାରିଲେ ମାସ୍କ ପିନ୍ଧନ୍ତୁ। ନିଜ ପାଖରେ ସାନିଟାଇଜର ରଖନ୍ତୁ। ୨ ମିଟର ସାମାଜିକ ଦୂରତା ବଜାୟ ରଖନ୍ତୁ। ବସ, ଅଟୋରେ ଯାତ୍ରା କଲେ ଆହୁରି ପ୍ରତିଷେଧକ ପଦକ୍ଷେପ ନେବାକୁ ପଡ଼ିବ। ମାସ୍କ ପିନ୍ଧିବାକୁ ପଡ଼ିବ। ସାନିଟାଇଜର ରଖିବା ବାଧ୍ୟତାମୂଳକ। ଏହା କଲେ ନିଜେ ଓ ନିଜ ପରିବାରକୁ ସଂକ୍ରମଣରୁ ବଞ୍ଚାଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ରିପୋର୍ଟ କିଶୋର ମାହାନ୍ତି ।