Sunday, November 15, 2026
Home ଆଞ୍ଚଳିକ ସ୍ୱର୍ଗତ ଶିକ୍ଷାବିତ ବୃନ୍ଦାବନ ନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ସ୍ୱର୍ଗତ ଶିକ୍ଷାବିତ ବୃନ୍ଦାବନ ନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

36

ଗଞ୍ଜାମ,୧୨/୧୦(ଜିଲ୍ଲା ଖବର) : ଶିକ୍ଷାବିତ ସ୍ବର୍ଗତ ବୃନ୍ଦାବନ ନାୟକ ଙ୍କ ଉଦ୍ଦେଶ୍ୟ ଖଲ୍ଲିକୋଟ ସହର ସ୍ଥିତ ଗ୍ରାମ୍ୟଦେବୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଡ଼. ଏ.ପି.ଜେ. ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ର ସଭାପତି ପୁର୍ଣଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବ୍ଲକ ଗୋଷ୍ଠି ଶିକ୍ଷାଅଧିକାରୀ ହରିକୃଷ୍ଣ ପଣ୍ଡା, ବେଗୁନିଆ ପଡ଼ା ଗୋଷ୍ଟି ଶିକ୍ଷାଅଧିକାରୀ ବ୍ଲକ ଗୋଷ୍ଠିଶିକ୍ଷା ଅଧିକାରୀ କମଳାକାନ୍ତ ସାହୁ, ଅତିରିକ୍ତ ଶିକ୍ଷାଅଧିକାରୀ ମଙ୍ଗୁଳୁ ଚରଣ ଜେନା ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ବର୍ଗତ ଶିକ୍ଷାବିତ ଙ୍କ କନିଷ୍ଠ ଭ୍ରାତା କେଦାରନାଥ ନାୟକ, ଭଗବାନ ମହାରଣା, ବିଦ୍ୟୁତପ୍ରଭା ଦାଶ, ଶଙ୍କର୍ଷଣ ବିଶୋଇ, ପ୍ରସାଦ ଆଚାର୍ଯ୍ୟ, ଶିବରାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଶିକ୍ଷାବିତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଶୃତିଚାରଣ କରିଥିଲେ।

   ପ୍ରାରମ୍ଭରେ ତାଙ୍କ ଅମର ଆତ୍ମାର  ସଦଗତି ନିମନ୍ତେ ଦୁଇ ମିନେଟ ନିରବ ପ୍ରଥାନା କରାଯାଇଥିଲା।

ଶ୍ରଦ୍ଧାଞ୍ଜଳି ସଭାରେ ଗଣେଶ ଚନ୍ଦ୍ର ବିଶ୍ୱାଳ, ପ୍ରଶାନ୍ତମୟୀ ରଥ, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ମମତା ରାଣୀ ଜେନା, ମିନା ବେହେରା, ସୁରେନ୍ଦ୍ର ସାହୁ, ସି.ଆର.ସି.ସି. ବଳରାମ ବେହେରା, ପ୍ରସାନ୍ତ ଦାଶ, ଦଣ୍ଡପାଣି ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ଶ୍ରୀହର୍ଷ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ ପ୍ରଦୀପ କୁମାର ସାହୁ ।