
ଗଞ୍ଜାମ,୧୨/୧୦(ଜିଲ୍ଲା ଖବର) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର ପୁରୁଣାବନ୍ଧ ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ପବ୍ଲିକ ରାଇଟ୍ସ ଆସୋସିଏସନ ପକ୍ଷରୁ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗଞ୍ଜାମ ଏନ ଏ ସି ମହିଳା ସେଲ ସମ୍ପାଦିକା ସଂଯୁକ୍ତା ମହାରଣାଙ୍କ ତତ୍ୱାବଧାନ ରେ ଆୟୋଜିତ ସ୍ଵଛତା କାର୍ଯ୍ୟକ୍ରମରେ ସବିତା ପଟନାୟକ, ପ୍ରଭାତୀ ବେହେରା, ରଶ୍ମିତା ବେହେରା, ଶୁଭଶ୍ରୀ ମହାରଣା, ଆରତୀ ଗୌଡ଼, ରାନୁ ଗୌଡ଼ ପ୍ରମୁଖ ଅନୁଷ୍ଠାନର ମହିଳାମାନେ ଯୋଗଦେଇ ଶ୍ରମଦାନ କରିଥିଲେ।ଆସୋସିଏସନ ର ଏପରି କାଯ୍ୟକ୍ରମକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି।
ରିପୋର୍ଟ : ପ୍ରଦୀପ କୁମାର ସାହୁ ।


