Home ଆଞ୍ଚଳିକ ମନ୍ଦିରରୁ ମା’ ଜାଗୁଳେଇଙ୍କ ମୂର୍ତ୍ତି ଚୋରୀ ଘଟଣା, ବେଳାଭିତର କୂଅରୁ ଅର୍ଦଭଗ୍ନ ମୁର୍ତ୍ତି ଉଦ୍ଧାର

ମନ୍ଦିରରୁ ମା’ ଜାଗୁଳେଇଙ୍କ ମୂର୍ତ୍ତି ଚୋରୀ ଘଟଣା, ବେଳାଭିତର କୂଅରୁ ଅର୍ଦଭଗ୍ନ ମୁର୍ତ୍ତି ଉଦ୍ଧାର

25

ଜଟଣୀ,୧୧/୧୦(ଜିଲ୍ଲା ଖବର) : ଜଟଣୀ ଥାନା ଅନ୍ତର୍ଗତ କୁଦିଆରୀଗ୍ରାମର ପ୍ରଖ୍ୟାତ ଠାକୁରାଣୀ ମା’ ଜାଗୁଳେଇଙ୍କ ଚଳିତ ୭ତାରିଖରେ ମନ୍ଦିର ପରିଶରରୁ ଦିବାଲୋକରେ ଚୋରୀ ହୋଇଥିବା ମୁର୍ତ୍ତି ବେଢାଭିତର କୂଅରୁ ଅର୍ଦଭଗ୍ନ ଅବସ୍ଥାରେ ମନ୍ଦିର କମିଟି ଓ ପୂଜକ ଉଦ୍ଧାର କରିଛନ୍ତି । କୁଦିଆରୀ
ଗ୍ରାମର ପ୍ରଖ୍ୟାତ ଠାକୁରାଣୀ ଗ୍ରାମଦେବୀ ମା’ ଜାଗୁଳେଇଙ୍କ ମୁତିକୁ କେହି ଦୁର୍ବୁତ ଚଳିତ ୭ ତାରିଖ ଦିବାଲୋକରେ ଚୋରୀ କରିନେଇଥିବା ପୂଜକ ମନୋରଂଜନ ପଣ୍ଡା ମନ୍ଦିର କମିଟିକୁ ଅବଗତ କରିଥିଲେ । ଚାରିଆଡେ ଖୋଜାଖୋଜିପରେ କେଉଁଠି ଚୋରୀ ମୁର ସନ୍ଧାନ ପାଇନଥିଲେ । ନିରାଶ ହୋଇ ମା’ଙ୍କ ସୁରକ୍ଷା ମା’ଙ୍କ ଭରସାରେ ଛାଡ଼ିଦେଇ ଅନ୍ୟ ଏକ ମୁତିର ଆୟୋଜନରେ ମନ୍ଦିର କମିଟି ଲାଗିପଡ଼ିଥିଲା । ମାତ୍ର ଏହାର କିଛିଦିନ ପରେ ମା’ ଜାଗୁଳେଇ ତାଙ୍କ ପୂଜକ ମନୋରଂଜନଙ୍କୁ ସପ୍ଟେଇ କହିଥିଲେ ଯେ,”ମୁଁ କୂଅରେ ପଡି ରହିଛି, ମୋତେ ଉଦ୍ଧାର କର । ତେଣୁ ଏନେଇ ଆଜି ମା’ର ପୂଜକ ସକାଳେ ମାଝଣା ଓ ପୂଜାସାରି ମନ୍ଦିର ବେଢାରେଥିବା ନୂଅ ମଧ୍ୟକୁ ଯାଇଥିଲେ । ଉକ୍ତ ପରିତ୍ୟର କୂଅ ମଧ୍ୟରେ ଅର୍ବଭଗୃଭାବେ ମା’ଙ୍କ ମୁତି ପଡିରହିଥିବା ଦେଖିବାକୁ ପାଇଥିଲେ । ଗ୍ରାମର କିଛି ଲୋକଙ୍କ ସହାୟତାରେ କୂଅରୁ ମା’ଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ଏନେଇ ଆଖପାଖ ଅଂଚଳର ଶତାଧୀକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଭିଡ ଲଗାଇଥିଲେ । ଅନ୍ୟ ପକ୍ଷରେ ମନ୍ଦିର ପରିସରରୁ ମା’ଙ୍କ ମୂର୍ତ୍ତିକୁ ଚୋରୀ କିପରି ହେଲା ଏବଂ କିଏ ଚୋରୀ କରି କୂଅରେ ପକାଇଲା ସେ ନେଇ କମିଟି ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ସୂଚନାଯେ, ଗତ ୨୦୧୮ ମସିହା ଏହି ସମୟରେ ମା’ଙ୍କ ମୂର୍ତ୍ତି ଚୋରୀ ହୋଇଥିବା ବେଳେ ଏହା ଦ୍ବିତୀୟଥର ପାଇଁ ଚୋରୀ ହୋଇଛି । ଜଟଣୀ ଅଂଚଳରେଥିବା ପ୍ରାୟତଃ ସମସ୍ତ ମନ୍ଦିରରୁ ବିଭିନ୍ନ ସମୟରେ ବାରମ୍ବାର ଚୋରୀ ହୋଇଥିବା ବେଳେ ଜଟଣୀଥାନାରେ ଅଭିଯୋଗ ପରେ ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୁଚନା ରହିଛି । ଉକ୍ତ ଅପରାଧୀ ଗୋଟିଏ ରାତିରେ ଏକାଧୀକ ଅର ଚୋରି କରିଥିବା ପୁଲିସ ନିକଟରେ ସିକାର କରିଥିଲା ।

ରିପୋର୍ଟ ସଞ୍ଜୀବ କୁମାର ।