
ଧରାକୋଟ,୧୧/୧୦(ଜିଲ୍ଲା ଖବର) : ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ଧରାକୋଟ ବ୍ଲକରେ ମୋ ଗେଲ୍ହା ଝିଅ କାଯ୍ୟକ୍ରମ ଆରମ୍ଭ କରାଯାଇଛି।ଏଥିରେ ଧରାକୋଟCDPO ସରୋଜ ବାଳା ଆଚାର୍ଯ୍ୟ ମୁଖ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କାଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସୁପରଭାଇଜର ସବିତା ସାବତ କାଯ୍ୟକ୍ରମର ପରିଚାଳନା ଦାୟିତ୍ବ ନେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁଲତା ଭୋଇ, ଭାଗ୍ୟଲତା ମଣ୍ଡଳ,ରାଜଲଷ୍ମୀ ପ୍ରଧାନ,P. ସୁଜାତା ଓ ଧରାକୋଟ ବ୍ଲକର ସମସ୍ତ ଅଙ୍ଗନାୱଡ଼ି,ଆଶାକର୍ମୀ ଓ ପ୍ରତେକ ପଞ୍ଚାୟତର ମା ମାନେ ଯୋଗ ଦେଇଥିଲେ।କନ୍ୟା ଭୃଣ ହତ୍ୟା ବନ୍ଦ କରିବା,ବାଲ୍ୟ ବିଭାହକୁ ରୋକିବା,କିଶୋରୀ ବାଳିକାଙ୍କ ଯତ୍ନ ନେବା ଆଦି ବିଷୟରେ ଆଲୋଚନା କରିବା ସହ ପାଞ୍ଚ ଜଣ କନ୍ୟା ସନ୍ତାନକୁ ପ୍ରଶଂସା ପତ୍ର,ପୋଷାକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବୋଧିତ କରାଯାଇଥିଲା।


