
ବାଲିଗୁଡା,୧୧/୧୦ { ଜ଼ିଲ୍ଲା ଖବର } : ସାରା ଦେଶ ରେ କରୋନା ଯୋଗୁଁ ସ୍କୁଲ,କଲେଜ, ବିଭିର୍ଣ୍ଣ ଶିକ୍ଷାନୁ ସ୍ଥାନ ବନ୍ଦ ରହଥିଲା ବେଳେ ଅନଲାଇନ ମାଧ୍ୟମରେ ରେ ପାଠ ପଢା ଚାଲିଛି | କନ୍ଧମାଳ ଜିଲ୍ଲା k ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗାଡ଼ା ପଞ୍ଚାୟତ ର ଡଡବାଡ଼ି ଗାଁ ରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ ଏଠାରେ କୈଣସି ନେଟୱାର୍କ ସେବା ନଥିବା ରୁ ଗ୍ରାମବାସୀ ମାନେ ଆମ୍ବୁଲାନ୍ସ ,ଫାୟାର ସେବା ପାଇଁ ଫୋନ କଲଟିଏ ମଧ୍ୟ କରି ପାରୁନଥିବା ରୁ ସବୁସେବାରୁ ବଞ୍ଚିତ ହେଉଛନ୍ତି ଏଠାକାର ଗ୍ରାମବାସୀ ମାନେ | ହାତରେ ଏଣ୍ଡ୍ରଏଡ ମୋବାଇଲ ସହିତ ଖାତାଟିଏ ଓ କଲମଟିଏ ଧରି ପିଲାମାନେ ଲାଗିପଡିଛନ୍ତି ନେଟୱାର୍କ ଖୋଜାରେ । ଗାଁ ଠାରୁ ପ୍ରାୟ ଚାରି କିଲୋମିଟର ରୁ ଅଧିକ ଦୁରଯିବା ପରେ ପର୍ବତ ପାଖରେ ନେଟୱାର୍କ ପାଇ ଆରମ୍ଭ କରିଛନ୍ତି ଅନଲାଇନ ପାଠ ପଢା ।ମହାମାରୀ କରୋନା ପାଇଁ ଦୀର୍ଘ ମାସ ହେଲା ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ପିଲାଙ୍କ ଭବିଷ୍ୟତ କୁ ନଜରରେ ରଖି ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରାଥମିକ ବିଦ୍ୟାଳୟର ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏବେ ଅନଲାଇନ ଶିକ୍ଷା ଉପରେ ନିର୍ଭର କରନ୍ତି । କିନ୍ତୁ ଗାଁରେ ସମସ୍ତଙ୍କ ପାଖରେ ଏଣ୍ଡ୍ରଏଡ ମୋବାଇଲ ରହିଛି ହେଲେ ନେଟୱାର୍କ ନଥିବା କାରଣରୁ ସବୁ ଯେମିତି ଖେଳନା ପାଲଟିଛି । କିନ୍ତୁ ଶିକ୍ଷା ବାଧ୍ୟତାମୂଳକ ହୋଇଥିବାରୁ ଅଭିଭାବକ ମାନେ ନିଜ ପିଲାଙ୍କୁ ଗାଁ ନିକଟସ୍ଥ ଗୋଟିଏ ବଡ଼ପର୍ବତ ପାଖରେ ହିଁ ନେଟୱାର୍କ ର ସନ୍ଧାନ ପାଇ ପିଲାମାନଙ୍କୁ ସେଠାରେ ଛାଡିଥାଆନ୍ତି କିଛି ସମୟ ପାଠପଢି ସେମାନେ ଘରକୁ ଫେରିଥାଆନ୍ତି ।ଏହି ଅଞ୍ଚଳରେ କୈଣସି ନେଟୱାର୍କ ବ୍ୟବସ୍ଥା କରାଗଲେ ଜନସାଧାରଣ ତଥା ଅଞ୍ଚଳ ବାସୀ ଙ୍କ ହିତ ସାଧନ ହୋଇପାରିବ ବୋଲି ଗ୍ରାମର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



