
ଗଞ୍ଜାମ,୧୧/୧୦(ଜିଲ୍ଲା ଖବର) : ସହରରେ ରହିଥିବା ଗ୍ରାସୀମ କମ୍ପାନୀରେ ଗତ ମଙ୍ଗଳବାର ପୂର୍ବାହ୍ନରେ ଷ୍ଟିମ ପାଇପ ବେଲ ପାଇପ ବ୍ଲାଷ୍ଟ ଘଟଣା ରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ଚିକିତ୍ସା ହେଉଥିବା ଯୁବ ଇଞ୍ଜିନିୟର ଅଭିଷେଖ ପାଳଙ୍କ(28) ରବିବାର ଭୋର 5.30 ମିନେଟ ସମୟରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ଥାଉକି ଗତ ମଙ୍ଗଳବାର ପୂର୍ବାହ୍ନ ରେ ଗ୍ରାସୀମ କମ୍ପାନୀ ମଧ୍ୟରେ ଅଘଟଣ ଘଟିଥିବା ବେଳେ ପୁଇଁତୋଳା ଗ୍ରାମର ଜଣେ ଠିକା ଶ୍ରମିକ ମନୋଜ ରାଉଳ ଓରଫ ଶଙ୍କର ସହ ଯୁବ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଗୁରୁତର ଆହତ ହୋଇଥିଲେ। ଗତ ଶୁକ୍ରବାର ଶ୍ରମିକ ଜଣକ ମୃତ୍ୟୁବରଣ କରିଥିବାବେଳେ ଯୁବ ଇଞ୍ଜିନିୟର ଙ୍କ ଆଜି ମୃତ୍ୟୁ ଘଟିଛି। ରବିବାର ସକାଳ 7 ଟାରେ ଦୁଇ ଜଣ ଅଭିଜ୍ଞ ଡାକ୍ତର ଦିଲ୍ଲୀରୁ ବୀମାନ ଯୋଗେ ଇଞ୍ଜିନିୟରଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱରରେ ପହଁଚିଥିବା ବେଳେ ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ ଇଞ୍ଜିନିୟରଙ୍କ ଘର କଟକରେ ହୋଇଥିବା ବେଳେ ତାଙ୍କର ଜଣେ ଭଉଣୀ ଗତ ବର୍ଷ ବିବାହ କରିଥିବା ବେଳେ ଯୁବ ଇଞ୍ଜିନିୟର ଜଣଙ୍କ ଅବିବାହିତ ଥିଲେ। ତାଙ୍କ ମୃତ୍ୟୁରେ ପରିବାର ଵର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି।
ରିପୋର୍ଟ ପ୍ରଦୀପ କୁମାର ସାହୁ ।


