Thursday, November 12, 2026
Home ଆଞ୍ଚଳିକ ମାଟିକାନ୍ଥ ପଡି ବୃଦ୍ଧ ଗୁରୁତର

ମାଟିକାନ୍ଥ ପଡି ବୃଦ୍ଧ ଗୁରୁତର

28

ଗଞ୍ଜାମ ,୧୧/୧୦(ଜିଲ୍ଲା ଖବର) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ମାଳି ଜଗନ୍ନାଥପୁର ଗ୍ରାମରେ ମାଟିକାନ୍ଥ ପଡି ଜୈନେକ ବୃଦ୍ଧ ଗୁରୁତର ଆହତ ହୋଇଥିବା ଜଣାପଡିଛି।ବୃଦ୍ଧ ଜଣକ ହେଲେ ଅଭି ମହାପାତ୍ର (75)। ତାଙ୍କ ବାମ ହାତରେ ଗଭିର ଆଘାତ ଲାଗିଥିବା ବେଳେ ହାତଟି ଭାଙ୍ଗିଯାଇଛି। ହାତରେ 40 ଟି ଷ୍ଟିଚ ପଡିଥିବା ଜଣାପଡିଛି। ତାଙ୍କୁ 108 ଆମ୍ବୁଲାନ୍ସ ରେ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ବଡ଼ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ ବୃଦ୍ଧ ଜଣଙ୍କ ଖାଇସାରି ମଧ୍ୟାନ୍ନ 12.30 ମିନେଟ ସମୟରେ ଗାଁ ମୁଣ୍ଡ ଚନ୍ଦିନୀରେ ବିଶ୍ରାମ ନେଉଥିବା ବେଳେ ନିକଟରେ ରହିଥିବା ଜଣଙ୍କ ମାଟି କାନ୍ଥଟି ପଡିଯାଇଥିଲା। ସେ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କୁ ଗ୍ରାମବାସୀ ପ୍ରଶାସନ ସହଯୋଗ କରିବାକୁ ଦାବୀ କରିଛନ୍ତି।

ରିପୋର୍ଟ ପ୍ରଦୀପ କୁମାର ସାହୁ ।