Saturday, November 14, 2026
Home ଆଞ୍ଚଳିକ କମ୍ୟୁନିଟି ପାର୍ଟି ର ଶହେ ବର୍ଷ ପୂର୍ତ୍ତି ପାଳିତ

କମ୍ୟୁନିଟି ପାର୍ଟି ର ଶହେ ବର୍ଷ ପୂର୍ତ୍ତି ପାଳିତ

15

ଗଞ୍ଜାମ,୧୧/୧୦(ଜିଲ୍ଲା ଖବର) : ଭାରତରେ କମ୍ୟୁନିଷ୍ଟ ପାର୍ଟିର ଗଠନର ଏକ ଶହ ବର୍ଷ ପୂର୍ତ୍ତି ପାଳନ ଗଞ୍ଜାମ ବ୍ଲକ ର
ଖଣ୍ଡଦେଉଳୀ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ସି ପି ଆଇ(ଏମ) ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ପି.ହରିକୃଷ୍ଣ ରେଡି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ବୈଠକରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟନାୟକ ଯୋଗଦେଇ 1921 ମସିହା ଅକ୍ଟୋବର 17 ତାରିଖ ଠାରୁ କମ୍ୟୁନିଷ୍ଟ ପାର୍ଟିର ଇତିହାସ ଓ ସ୍ୱାଧୀନତା ଆନ୍ଦୋଳନରେ କମ୍ୟୁନିଷ୍ଟ ପାର୍ଟିର ଭୂମିକା ଏବଂ ସମାଜ ପରିବର୍ତ୍ତନ ପାଇଁ ଦଳର ସଂଗ୍ରାମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଏହି ସଭାରେ ଜିଲ୍ଲା ସମ୍ପାଦକ କୈଳାସ ଶଢଙ୍ଗୀ ଓ ରାଜ୍ୟ କମିଟି ସଦସ୍ୟ ରାମଚନ୍ଦ୍ର ନାୟକ ବକ୍ତବ୍ୟ ରଖିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡଦେଉଳି ପଞ୍ଚାୟତ ସମିତି ସଭ୍ୟା ମିନତି ସ୍ୱାଇଁ, ଜିଲ୍ଲା କମିଟି ସଭ୍ୟ ଖଲି ସ୍ୱାଇଁ,ପୁର୍ବତନ ଅଧ୍ୟକ୍ଷ ଦଣ୍ଡପାଣି ମହାପାତ୍ର,ପୁର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଗୌଡ଼,ଗୋବର୍ଦ୍ଧନ ପାହାନ,ଗଦାଧର ରେଡି,ଧର୍ମରାଜ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଦେଇଥିଲେ।

ରିପୋର୍ଟ ପ୍ରଦୀପ କୁମାର ।