Monday, November 16, 2026
Home ଆଞ୍ଚଳିକ ଗ୍ରାସୀମ କମ୍ପାନୀରେ ଅଘଟଣ ବେଳେ ଗୁରତର ଶ୍ରମିକ ଆଖି ବୁଜିଲେ

ଗ୍ରାସୀମ କମ୍ପାନୀରେ ଅଘଟଣ ବେଳେ ଗୁରତର ଶ୍ରମିକ ଆଖି ବୁଜିଲେ

25

ଗଞ୍ଜାମ,9/10 (ଜିଲ୍ଲା ଖବର) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀ ରେ ଗତ ମଙ୍ଗଳବାର ଦିନ ଷ୍ଟିମ ପାଇପ ଭାଲବ ଫାଟି ଜଣେ ଇଞ୍ଜିନିଅର ସମେତ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ l ଏଥିରେ ପୁଇଁତୋଳା ଗ୍ରାମର ମନୋଜ ରାଉଳ ଓରଫ ଶଙ୍କର (32) ଗୁରୁତର ଆହତ ହୋଇଥିଲେ l ଏହି ଗ୍ୟାସ ପ୍ରଭାବ ରେ ତାଙ୍କ ଶରୀର ର ସମ୍ପୂର୍ଣ ପୋଡ଼ିଯାଇଥିଲା l ସେ ଭୁବନେଶ୍ୱର ସମ ହସ୍ପିଟାଲ ରେ ଭର୍ତି ହୋଇ ଜୀବନ ସହ ସଂଘର୍ଷ କରି ଶେଷରେ ସେ ଶୁକ୍ରବାର ପୂର୍ବାହ୍ନ ରେ ଆଖି ବୁଜି ଥିବା ତାଙ୍କ ସମ୍ପର୍କୀୟ ଙ୍କ ଠାରୁ ପ୍ରକାଶ l ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି l ମୃତ ଶ୍ରମିକ ଙ୍କ ତିନି ବର୍ଷ ର ଗୋଟିଏ ପୁଅ ଥିବା ଜଣା ପଡିଛି l ପ୍ରକାଶ ଯୋଗ୍ୟ କମ୍ପାନୀ ରେ ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳବାସୀ ଓ ବିଭିନ୍ନ ଶ୍ରମିକ ସଂଗଠନ କ୍ଷତି ପୂରଣ ଦାବୀ ପରେ ମୃତ ବ୍ୟକ୍ତି ଙ୍କ ପରିବାର କୁ 12 ଲକ୍ଷ୍ୟ ଟଙ୍କା ଓ ମୃତ ବ୍ୟକ୍ତି ଙ୍କ ପତ୍ନୀ ଙ୍କୁ କମ୍ପାନୀ ରେ ନିଯୁକ୍ତି ଦେବା ଲାଗି ପ୍ରତିଶୃତି ଦେଇଛି କମ୍ପାନୀ କତୃପକ୍ଷ l

ରିପୋର୍ଟ : ପ୍ରଦୀପ କୁମାର ସାହୁ।