
ଚନ୍ଦ୍ରପୁର,୧୦/୧୦(ଜିଲ୍ଲା ଖବର) : ଚନ୍ଦ୍ରପୁର ବ୍ଲକର ସର୍ବପୁରାତନ ସାପ୍ତାହିକ ହାଟ ଏ ଅଞ୍ଚଳର ଜୀବନ ଜୀବିକାର ଏକ ମାଧ୍ୟମ ଥିଲା।କରୋନା ସଂକ୍ରମନକୁ ନେଇ ସରକାର କଟକଣା ହେତୁ ଏହା ଗଲା କେତେ ମାସ ହେବ ବନ୍ଦ ହୋଇ ଯାଇଥିଲା।ଅନେକ ଲୋକଙ୍କ ରୋଜିରୋଟିର ଏହି ଐତିହ୍ୟ ହାଟ ଚାଷୀ,ବ୍ୟବସାୟୀ ଓ ସ୍ଥାନୀୟ ଜନ ସାଧାରଣଙ୍କୁ ରୋଜଗାର ଯୋଗାଇବା ସହ ଗ୍ରାମ୍ୟ ବଜାର ସୃଷ୍ଟି କରିବାରେ ସହାୟକ ସାଜୁଥିଲା।ରାୟଗଡା ତଥା ସୀମାନ୍ତ ଫୁଲବାଣୀ ଜିଲ୍ଲାରୁ ବେପାରୀ ମାନେ ଏଠାକୁ ଆସି କିଣାବିକା କରିବା ସହ ସ୍ଥାନୀୟ ଆବଶ୍ୟକତା ମେଣ୍ଟାଉଥିଲେ।ହେଲେ ମହାମାରୀ କରୋନା ସେମାନଙ୍କ ରୋଜଗାରକୁ ଏହି କେତେଦିନ ହେବ ଛଡାଇ ନେଇଥିଲା।ଏବେ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ଆଜି ଚନ୍ଦ୍ରପୁରରେ ଏହି ବ୍ୟସ୍ତବହୁଳ ହାଟ ଟି ପୁଣି ତା’ର ହୃତ ଗୌରବ ଫେରି ପାଇଛି।ସ୍ଥାନୀୟ ଜନ ସାଧାରଣ,ବ୍ୟବସାୟୀ,ଚାଷୀ, କୁଟୀର ଶିଳ୍ପୀ,ସବୁରି ମନରେ ଆନନ୍ଦ ଫେରି ଆସିଛି ।ପୁଣି ସେମାନେ ଅର୍ଥନୈତିକ ସ୍ୱାବଲମ୍ବୀ ରାସ୍ତାରେ ଅଗ୍ରସର ହେବେ।ରୋଜଗାର ବଢିବ,ବଞ୍ଚିବାର ରାହା ପାଇବେ।ଏଥିପାଇଁ ଚନ୍ଦ୍ରପୁରର ସାମାଜିକ କର୍ମୀ କୈଳାଶ ମାଳ ବିଶୋଇ,ଅଗ୍ରଣୀ ଚାଷୀ। ଶ୍ରୀ ବିଜୟ ବ୍ରେକବେଡା,ସମାଜସେବୀ। ଦେବହରି ଭାଟ।ବ୍ୟବସାୟୀ। ରସାନନ୍ଦ ବଳବନ୍ତରାଏ। ପ୍ରମୁଖ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।
ରିପୋର୍ଟ କୈଳାସ ମାଲବିଶୋୟୀ ।


