Wednesday, July 29, 2026
Home ଆଞ୍ଚଳିକ ଜଟଣୀରେ ସ୍ୱଚ୍ଛ ଭାରତ ମିଶନ ଫେଲ

ଜଟଣୀରେ ସ୍ୱଚ୍ଛ ଭାରତ ମିଶନ ଫେଲ

32

ଜଟଣୀ,୧୦/୧୦(ଜିଲ୍ଲା ଖବର) : ବ୍ୟବସାୟିକ ସହର ଜଟଣୀରେ ସୂଚ୍ଛତାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ପ୍ରତିଦିନ ପୌର ସଫେଇ କର୍ମଚାରୀଙ୍କ ଦ୍ବାରା ସହରରେ ସଫେଇ କାର୍ଯ୍ୟ ହେଉଥିବା କୁହାଯାଉଥିବାବେଳେ ଲୋକେ କିନ୍ତୁ ଅଭିଯୋଗ ପରେ ଅଭିଯୋଗ ଆଣୁଛନ୍ତି । ଜଟଣୀ ସହରର ଏପରି ସ୍ଥାନ ରହିଛି। ଯେଉଁ ଠାରୁ ମାସମାସ ଧରି ଆବର୍ଜନା ଉଠୁନାହିଁ । ପୌରପରିଷଦ ଅଧୀନରେ ୧୫୦ରୁ ଉର୍ଷ ସ୍ଥାୟୀ ଓ ଅସ୍ଥାୟୀ ସଫେଇ କର୍ମଚାରୀ ରହିଥିବା ବେଳେ ବହୁ ସ୍ଥାନ ସଫେଇ ହେଉନଥିବା ଦେଖିବାକୁ ମିଳୁଛି । ଯାହାଦ୍ଵାରା ଜଟଣୀରେ ସ୍ୱଚ୍ଛ ଭାରତ ମିଶନ ଫେଲ ହୋଇଛି ବୋଲି ଅଭିଯୋଗ ହେଉଛି । ସ୍ଵଚ୍ଛ ଭାରତ ଯୋଜନା ମୁତାବକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସଚେତନତା ଠାରୁ ଆରମ୍ଭ କରି ସଚ୍ଛତା ଉପରେ ଗୁରୁତ୍ଵ ଦିଆଯାଉଛି । କିନ୍ତୁ ଯୋଜନା ଆରମ୍ଭର ୬ବର୍ଷ ମଧ୍ୟରେ ଯେଉଁଭଳି କାର୍ଯ୍ୟ ହେବା କଥା ତାହା ହୋଇପାରିନାହିଁ । ଫଳରେ ଆବର୍ଜନାଗୁଡ଼ିକ ଦୀର୍ଘଦିନରୁ ଗୋଟିଏ ସ୍ଥାନରେ ପଡ଼ି ଦୁର୍ଗନ୍ଧ ହେଉଥିଲେ ମଧ୍ୟ ଏଥିତି କାହାର ନଜର ରହୁନାହିଁ । ସାଧାରଣ ବର୍ଷାରେ ଗଳି କନ୍ଦିରେ ପଡ଼ିଥିବା ଆବର୍ଜନା ଯୋଗୁଁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଏପରିକି ମଶା ମାଛିଙ୍କ ପ୍ରାଦୁର୍ଭାବ ବଢ଼ିଯାଇଛି । ସଫେଇ କର୍ମଚାରୀମାନେ ଆବର୍ଜନା ଆଣି ବିଭିନ୍ନ ରାସ୍ତା ପାର୍ଶ୍ୱରେ ଗଦା କରିବା ଦ୍ଵାରା ନିକଟରେ ଥିବା ଦୋକାନ ବଜାର ଓ ଘରଗୁଡ଼ିକ ଅସ୍ୱାସ୍ଥ୍ୟକର I ପରିବେଶରେ ରହୁଛନ୍ତି । ଯାହା ଫଳରେ ଲୋକମାନେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

ରିପୋର୍ଟ ସଞ୍ଜୀବ କୁମାର