Wednesday, July 22, 2026
Home ଆଞ୍ଚଳିକ ଜଟଣୀରେ କୋଭିଡ୍ ସମ୍ପର୍କିତ ସମୀକ୍ଷା ବୈଠକ

ଜଟଣୀରେ କୋଭିଡ୍ ସମ୍ପର୍କିତ ସମୀକ୍ଷା ବୈଠକ

26

ଜଟଣୀ୧୦/୧୦(ଜିଲ୍ଲା ଖବର) : ମହାମାରୀ କରୋନା ଅକ୍ଟୋବର ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ । ୮ମାସର ଅକ୍ରାନ୍ତ ପରିଶ୍ରମ ଯୋଗୁଁ ଅନେକ ନିରୀହ ଜୀବନ କରୋନାରୁ ବଞ୍ଚିପାରିଛି । ମାତ୍ର ଅକ୍ଟୋବର ମାସ ଲୋକମାନଙ୍କ ପାଇଁ ଅତି ଗୁରୁତ୍ୱପୁର୍ଣ୍ଣ ହେବ । ଆଜି ଜଟଣୀ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଭିଡିଓ କନ୍‌ଫରେନ୍ସି ମାଧମରେ ହୋଇଥିବା ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକରେ ମତପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ଜଟଣୀ ବ୍ଳକ୍‌ର ୧୫ଟି ପଞ୍ଚାୟତର ସମସ୍ତ ସରପଞ୍ଚ ସାମିଲ ହୋଇଥିଲେ। । ପ୍ରଥମ ପର୍ଯ୍ୟାୟରେ ୭ଜଣ ଓ ଦ୍ବିତୀୟ ପର୍ଯ୍ୟାୟରେ ୮ଜଣ ସରପଞ୍ଚ ସାମାଜିକ ଦୂରତା ରକ୍ଷା କରି ବୈଠକରେ ଯୋଗ ଦେଇଥିଲେ । ବିଡ଼ିଓ ସରୋଜ କୁମାର ରାଉତଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ ନିଜ ପଞ୍ଚାୟତ ଅନ୍ତର୍ଗତ ଗ୍ରାମମାନଙ୍କରେ କଡ଼ାକଡ଼ିଭାବେ କୋଭିଜ୍ ନିୟମ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଜଟଣୀ ବ୍ଳକ୍ ଓ ପୌରପରିଷଦ ଅଧୀନରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦ରୁ ଉର୍ଦ୍ଧ ହେଲାଣି । ଫଳରେ ଲୋକେ ଭୟଭୀତ ହୋଇପଡ଼ିଲେଣି ।
ଅନ୍ୟପକ୍ଷରେ ସରକାରଙ୍କ ନିର୍ଦ୍ଦେଶାନୁସାରେ ଲୋକମାନଙ୍କୁ ସୁରକ୍ଷା ଦେବାଲାଗି ପ୍ରଶାସନ ଚିନ୍ତାରେ ପଡ଼ିଛି । ଏଥିପ୍ରତି ଲୋକମାନେ ସଚେତନ ହେବା ଜରୁରୀ ବୋଲି କୁହାଯାଇଛି । ଯଦି ଏହିପରି ମହାମାରୀ କରୋନା ସଂକ୍ରମଣ ବ୍ୟାପେ ତେବେ ଜଟଣୀ କରୋନା ସଂକ୍ରମଣର ସହରରୂପେ ପରିଚୟ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପୂର୍ବରୁ ଜଟଣୀ ଅଞ୍ଚଳର ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ନେଇ ୪ ଦଫା ବୈଠକ ଆୟୋଜିତ ହୋଇସାରିଛି ।

ରିପୋର୍ଟ ସଞ୍ଜୀବ କୁମାର