
ଦିଗପହଣ୍ଡି,୧୦/୧୦(ଜିଲ୍ଲା ଖବର) : ଦିଗପହଣ୍ଡି ବ୍ଳକ ଭିଶ୍ମଗିରି ଗ୍ରାମର ଅଙ୍ଗନବାଡିକର୍ମି ତଥା ଆଗଧାଡିର କରୋନା ଯୋଦ୍ଧା ଭାବରେ ପରିଚିତ ଥିବା ଶ୍ରୀମତି ପି.ମାଙ୍ଗାମା କରୋନା ସହିତ ଲଢି ଶେଷରେ ନିଷ୍ଟାବାନ ଶାନ୍ତ ସରଳ ଏବଂ ସଚୋଟ କର୍ମିଥିଲେ। ତାଙ୍କରି ମୃତ୍ୟୁ ଶିତଳାପଲ୍ଲିକୋଭିଡହସିପିଟାଲରେଗତକାଲି(୯.୧୦.୨୦୨୦)ରେହୋଇଯାଇଛି। ତାଙ୍କରି ଜନ୍ମ ୧୭.୧୧.୧୯୭୫ ମସିହାରେ ହୋଇଥିଲା। ଦିର୍ଘ କୋଡିଏ ବର୍ଷଧରି ତାଙ୍କରି ନିଷ୍ଠାପର ସେବା ମନୋବୃତି ଆଜି ସମସ୍ତଙ୍କୁ ବତାକୁଲତା କରିନେଉଛି। ସେ ଭିଶ୍ମଗିରି କଳିଙ୍ଗ ବୈଶ୍ୟସାମାଜର ଏକ ନାରିନେତ୍ରିମଧ୍ୟ ଥିଲେ।ତାଙ୍କରି ବିୟୋଗରେ ଶୋକାକୁଳ ପରିବେଷ ଖେଳିଯାଇଛି ସାରା ଅଞ୍ଚଳରେ।କୋରନାର ପ୍ରଭାବର ଆରମ୍ଭରୁ ସେ ନିଜକୁ ଅନ୍ୟର ସେବାକରିବାରେ ଅବିଶ୍ରାନ୍ତ ଭାବରେ ଲାଗିପଡିଥିଲେ। ସେଜଣେ ପରୋପକାରି ମଧ୍ୟଥିଲେ। ଶେଷରେ ଅନ୍ୟର ଦୁଃଖରେ ଲଢିଲଢି ନିଜେ ବିଶ୍ରାମରଚକ୍ରଛୟାତଳେ ବିଶ୍ରାମନେଇ ଗଲେ।ନିଜ ପରିବାରକୁ ଦୁଃଖର ସାଗର ତିରରେ ପହଞ୍ଚାଇ ନିଜେ ଅଦେଖାବିଶ୍ରାମକକ୍ଷର ପଥିକ ସାଜିଲେ।
ଦିଗପହଣ୍ଡି ଭିଶ୍ମଗିରିରୁ ନୃସିଂହ
ରିପୋର୍ଟ ରଞ୍ଜନ ବେହେରା


