
ଆସିକା,୯/୧୦(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ବିଜେଡି ପକ୍ଷରୁ ଋଷିକୂଲ୍ୟା ଗୋଷ୍ଠୀ କେନ୍ଦ୍ର ଠାରେ ଓଡିଶା ମୋ ପରିବାର
ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l କରୋନା ବିଶ୍ୱ ମହାମାରୀ ସମୟରେ ରକ୍ତର ଅଭାବକୁ ଦୂର କରିବା ପାଇଁ ମାନ୍ୟବର ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଆସିକା ବିଜେଡି ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ଉକ୍ତ ରକ୍ତଦାନ ଶିବିରରେ ଆସିକା ବିଧାନସଭା ମଣ୍ଡଳୀର ସାଂସଦ ପ୍ରମିଳା ବିଷୋୟୀ, ମାନ୍ୟବର ବିଧାୟିକା ମଞ୍ଜୁଳାସ୍ୱାଇଁ, ଗଞ୍ଜାମ ଜୋନ ଜିଲ୍ଲା ଯୁବ ସଭାପତି ନଚିକେତା ସ୍ୱାଇଁ, ବିଜେଡି ରାଜ୍ୟ ସମ୍ପାଦକ ସୁବାଷ ମହାରଣା, ପଂଚାୟତ ସମିତି ଅଧକ୍ଷ ହରେକୃଷ୍ଣ ମଲ୍ଲିକ, ଆସିକା ନଗର ସଭାପତି ସତ୍ୟ ନାରାୟଣ ସ୍ବାଇଁ, ଆସିକା ବିଜେଡି ବ୍ଳକ ସଭାପତି ରାଜେଶ କୁମାର ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟ ଶିବଶଙ୍କର ମହାନ୍ତି, କୋକରାମ ଜେନା, ampcs ସଭାପତି ସୂର୍ଯ୍ୟ କାନ୍ତ ପରିଡା, ବରଗାଁ ସମିତି ସଭ୍ୟ ଶିବ ନାହକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ଭୋଳ , ଛାତ୍ର ବିଜେଡି
ନଗର ସଭାପତି ନିଗମ ରାଉତ, ବିଜେଡି ମିଡ଼ିଆ ସେଲ
ସଂଯୋଜକ ଜିତେନ୍ଦ୍ର ମହାରଣାଙ୍କ ସହ ବହୁତ ବିଜେଡି ବରିଷ୍ଠ ନେତା ଯୋଗ ଦେଇ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର
ସଫଳ ପରିଚାଳନା କରିଥିଲେ l ଏମ.କେ. ସି. ଜି ମେଡିକାଲ ଷ୍ଟାପଙ୍କ ତତ୍ୱାବଧାନରେ ରକ୍ତ ସଂଗ୍ରହ କରାଯାଇଥିବା ବେଳେ କବି ସୂର୍ଯ୍ୟ ରକ୍ତଦାନ ସେବା ସଂଘ ସହଯୋଗ କରିଥିଲା l


