Saturday, November 14, 2026
Home ଆଞ୍ଚଳିକ ଚିକିତ୍ସା ଅଭାବ ରୁ ଜଣେ ବୃଦ୍ଧା ମୃତ୍ୟୁ, ଯୁବଗୋଷ୍ଠିଙ୍କ ସହଯୋଗରେ ଶବଦାହ

ଚିକିତ୍ସା ଅଭାବ ରୁ ଜଣେ ବୃଦ୍ଧା ମୃତ୍ୟୁ, ଯୁବଗୋଷ୍ଠିଙ୍କ ସହଯୋଗରେ ଶବଦାହ

20

ଗଞ୍ଜାମ,୯/୧୦ (ଜିଲ୍ଲା ଖବର) : ଗଞ୍ଜାମ ଏନ ଏ ସି ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ଚିକିତ୍ସା ଅଭାବରୁ ଜଣେ ବ୍ୟକ୍ତି ଙ୍କ ମୁତ୍ଯୁ ଘଟିଛି।ମୃତ ବ୍ୟକ୍ତି ଜଣଙ୍କ ହେଲେ
ଲକ୍ଷ୍ମୀ ବେହେରା (୫୪)। ବ୍ୟକ୍ତି ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ଅଣ୍ଟାକୁ ଗଭୀର ଆଘାତ ଯୋଗୁଁ ସେ ପ୍ରାୟ ୫ ମାସ ହେଲା ଶଯ୍ୟାଶାୟୀ ଥିଲେ। ହେଲେ ଗୋଟିଏ ପଟେ କୋଭିଡ କଟକଣା ଅନ୍ୟପଟେ ଅର୍ଥାଭାବରୁ ତାଙ୍କର ଚିକିତ୍ସା ହୋଇ ପାରି ନଥିଲା।

    ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଯୁବ ଗୋଷ୍ଟି ଚାନ୍ଦା ଆଦାୟ କରି ତାଙ୍କୁ ସ୍ଥାନୀୟ ଋଷିକୂଲ୍ୟା ନଦୀ ସ୍ମଶାନ ଘାଟରେ ସଂସ୍କାର କରିଥିଲେ। ଯୁବ ଗୋଷ୍ଟି ଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଇବା ନିମନ୍ତେ ବିଭିନ୍ନ ମହଲରୁ ଦାବି ହେଉଛି।

ରିପୋର୍ଟ : ପ୍ରଦୀପ କୁମାର ସାହୁ ।