
ବାଲିଗୁଡା ,୯/୧୦ ( ଜିଲ୍ଲା ଖବର ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକର ସାରଙ୍ଗଡ ରାସ୍ତାର ପବିଙ୍ଗିଆ ଛକ ନିକଟ ରାସ୍ତାରେ ଥିବା ଏକ ଆମ୍ବଗଛ ତଳେ ପିଇପି କିଟ୍ ପଡିଥିବା ଦେଖିବାକୁ ମିଳିଛି। ସକାଳୁ ସକାଳୁ ପବିଙ୍ଗିଆ ଅଂଚଳରେ କିଛି ଲୋକ ଦେଖିବା ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି। ତେବେ କିଏ ଓ କାହିିଁକି ଏହି ପିଇପି କିଟକୁ ଏଠାରେ ଫୋପାଡ଼ି ଦେଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ଅନ୍ୟପଟେ ଏହି ପିଇପି କିଟ ପଡିଥିବା ଖବର ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେ.ସାଇ ରଜତ ରଶ୍ମି ପାଇଲା ପରେ ସ୍ଥାନୀୟ ଅଗ୍ନିଶମ ବାହିନି ସହ ଯୋଗାଯୋଗ କରି ଏହି ରାଜରାସ୍ତା କଡରେ ପଡିଥିବା ପିଇପି କିଟ୍କୁ ନଷ୍ଟ କରିଦିଆଯାଇଥିବାର ଜଣାଯାଇଛି।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।


