
ଆସିକା,୮/୧୦(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ଭେଟ୍ଟନଇ ହେଲଥ୍ ଏଣ୍ଡ ୱେଲନସ୍ ସେଣ୍ଟର ଠାରେ ଅଂଚଳର ବିଭିନ୍ନ ସମସ୍ୟା ଓ ସଚେତନକୁ ନେଇ ରୋଗୀ କଲ୍ୟାଣ ସମିତିର ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ
ଯାଇଛି l ଜିଲ୍ଲାପରିଷଦ ଶିବ ଶଙ୍କର ମହାନ୍ତି ଙ୍କ ଅଧକ୍ଷତାରେ ବୈଠକଟି ଅନୁଷ୍ଠିତ ହୋଇ ଥିବା ବେଳେ ବିିିିଡିଓ ରୋଶନ ଶତପଥୀ,ସେକ୍ରେଟାରୀ ମେଡିକାଲ ସୁପରଟେଣ୍ଡର ବାଲିସିରା ଶତୀଶ୍ କୁମାର ପାତ୍ର, ଭେଟ୍ଟନଇ ଆୟୁଷ ଡାକ୍ତର ମନୋଜ କୁମାର ତ୍ରିପାଠୀ, ଫାର୍ମାସିଷ୍ଟ ପି. ବାଳ କିଶୋର, ଡି.ପି. ଏମ୍ ସାଗରୀକା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏହି ବୈଠକରେ ରୋଗୀ ମାନଙ୍କୁ କିଭଳି ଉତ୍ତମ ଚିକିତ୍ସା ଯୋଗେଇ ଦିଆ ଯିବ ଏବଂ ଆଧିକରୁ ଅଧିକ ଲୋକ ମଧ୍ୟରେ କରୋନାକୁ ନେଇ ସଚେତନ କରାଯାଇ ପାରିବ ସେସବୁର ଆଲୋଚନା କରା ଯାଇଥିଲା l ତାସହ
ରୋଗୀ ମାନଙ୍କ ପାଇଁ ଆବଶ୍ୟକ ଔଷଧ ଠିକ୍ ପରିମାଣରେ ଆସୁଛିକି ନାହିଁ, କେତେ ପରିମାଣର ଔଷଧ ଆବଶ୍ୟକ ରହିଛି ଏବଂ ବର୍ତ୍ତମାନ କେତେ ପରିମାଣର ଔଷଧ ଗଛିତ ଅଛି ସେସବୁର ଆଲୋଚନା କରାଯାଇଥିଲା l ତାସହ ମେଡିକାଲରେ ରହିଥିବା ବିଭିନ୍ନ ସମସ୍ୟା ଆମ୍ବୁଲାନ୍ସ ଡାକ୍ତର ଆଟେନ୍ରର ପାଇଁ ପ୍ରଶାସନ ପାଖରେ ଲିଖିତ ଭାବେ ଜଣାଇବା ପାଇଁ ନିଷ୍ପତି ନିଆ ଯାଇଥିଲା l ଯେହେତୁ କରୋନାକୁ ବାଦ୍ ଦେବା ପାଇଁ
ଯୋଗ ବ୍ୟାୟାମର ଆବଶ୍ୟକତା ମଧ୍ୟ ଯଥେଷ୍ଟ ଅଧିକା ରହିଛି ତେଣୁ ଏକ ସ୍ଥାୟୀ ଯୋଗ ଶିବିରର ଆବଶ୍ୟକତାକୁ ଅନୁମାନ କରାଯାଇଥିଲା l ତା ସହ ଲୋକ ମାନେ କିଭଳି କରୋନା ରୋଗ ଠାରୁ ଦୁରେଇ ରହିବେ ଲୋକ ମାନଙ୍କୁ କଣ ସବୁ ସଚେତନତାର ଆବଶ୍ୟକ ରହିଛି ସେସବୁ ଉପରେ ବିଚାର ବିମର୍ଷ କରାଯାଇଥିଲା l


