
ବାଲିଗୁଡା,୮/୧୦ {ଜ଼ିଲ୍ଲା ଖବର} : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ବାଳି କହଁର କନେଷ୍ଟବଲ ଭାବରେ କାର୍ଯ୍ୟ କରୁଥିଲେ | ତାଙ୍କର ବୟସ 53 ବର୍ଷ ସେ ଗତ 20 ତାରିଖରେ କୋଭିଡରେ ଆକ୍ରାନ୍ତ ହୋଇଥିଲେ | କରୋନାରେ ଆକ୍ରାନ୍ତ ହୋଇ ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିଲା କାଲି କନ୍ଧମାଳ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବାଲିଗୁଡ଼ା ଥାନାକୁ ପାର୍ଥବ ଶରୀରକୁ ଅଣାଯାଇ ସେଠାରେ ତାଙ୍କୁ କୋଭିଡ ଯୋଦ୍ଧା ଭାବେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା | ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ, ତାଙ୍କର ପରିବାରଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ମଧ୍ୟ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ |ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର, କନ୍ଧମାଳ ଆରକ୍ଷୀ ଅଧିକାରୀ ବିନୀତ ଅଗ୍ରୱାଲ ଯୋଗଦେଇଥିଲେ | ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟାନ୍ୟ ଅଧିକାରୀ ମାନେ ତାଙ୍କର ମରଶରୀରରେ ପୁଷ୍ପ ଗୁଛ ପ୍ରଦାନ କରିଥିଲେ | ତାଙ୍କର ଦେହାନ୍ତରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି |
ରୀପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



