Home ଆଞ୍ଚଳିକ କୋଭିଡ କଟକଣା ପାଇଁ ଜଟଣୀ ପୋଡପଡାକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା

କୋଭିଡ କଟକଣା ପାଇଁ ଜଟଣୀ ପୋଡପଡାକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା

19

ଜଟଣୀ,୭/୧୦(ଜିଲ୍ଲା) : ଜଟଣୀ ମହାମାରୀ କରୋନା ସଂକ୍ରମଣ କ୍ଷେତ୍ରରେ ଖୋର୍ଦ୍ଧାଜିଲାର ଜଟଣୀ ଅଂଚଳରେ ସର୍ବ ଅଗ୍ରଣୀ ରହିଥିବା ସରକାରୀ ରିପୋର୍ଟରୁ ଜଣାଯାଇଛି । ଜଟଣୀର ସହରାଳ ଅପେକ୍ଷା ଗ୍ରାମାଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ତେଣୁ ଗ୍ରାମାଞ୍ଚଳ ଗୁଡିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟିଦେବା ସହ ସଂକ୍ରମଣ ରୋକିବା ପାଇଁ ସମସ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଜଟଣୀ ବ୍ଲକ ଅନ୍ତର୍ଗତ ହରିପୁର ପଚାୟତର ପୋଡପଡା ଗ୍ରାମରେ ଲଗାତାରଭାବେ ସଂକ୍ରମିତ ବିହ୍ନଟ ହେବାପରେ ଆଜି ୱାର୍ଡ ନଂ ୧ ଓ ୨ କୁ ୭ଦିନପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ତେଣୁ ଚଳିତ ୧୧ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ କଟକଣା ବଳବନ୍ତ ରହିବ । ଏହି କଣ୍ଟେନମେଣ୍ଟ ଜୋନକୁ କେହି ବାହାର ଲୋକେ ଆସିବେ ନାହିଁ, କି ଗ୍ରାମବାସୀମାନେ ବାହାରକୁ ଯିବେ ନାହିଁ ବୋଲି କୁହାଯାଇଛି । କଣ୍ଟେନମେଣ୍ଟ ଜୋନ ମଧ୍ୟରେ ରହିଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଆବଶ୍ୟକ ସମସ୍ତ କାର୍ଯ୍ୟ ନୋଡାଲ ଅଫିସରଙ୍କ ମାଧ୍ୟମରେ ଅବଗତ କରାଇବେ । ସେଥିପାଇଁ ସମସ୍ତ ଜରୁରୀ କାର୍ଯ୍ୟାଳୟ ତଥା ଅଗ୍ନିଶମ ବିଭାଗ,ମେଡିକାଲ ଅଫିସର ପ୍ରଭୃତିଙ୍କୁ ଯୋଗାଯୋଗ କରିବାକୁ ଗ୍ରାମବାସୀଙ୍କୁ କୁହାଯାଇଛି । ଏନେଇ ଆଜି ଭୁବନେଶ୍ବର ଉପଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ହୋଇ ନିର୍ଣ୍ଣୟ ନେଇଛନ୍ତି ।

ରିପୋର୍ଟ ସଞ୍ଜୀବ କୁମାର ।