Wednesday, July 22, 2026
Home ଆଞ୍ଚଳିକ ଅସହ୍ୟ ହେଲାଣି ଅଘୋଷିତ ବିଦ୍ୟୁତ୍ କାଟ୍ ଚିନ୍ତାରେ ଜଟଣୀ ବାସୀ

ଅସହ୍ୟ ହେଲାଣି ଅଘୋଷିତ ବିଦ୍ୟୁତ୍ କାଟ୍ ଚିନ୍ତାରେ ଜଟଣୀ ବାସୀ

28

ଆଙ୍କର,୭/୧୦(ଜିଲ୍ଲା ଖବର) : ଜଟଣୀ ସ୍ମାର୍ଟସିଟି ଭୂବନେଶ୍ୱର ଉପକଣ୍ଠରେଥିବା ଜଟଣୀ ସହରରେ ଅସହ୍ୟ ହେଲାଣି ଅଘୋଷିତ ବିଦ୍ୟୁତକାଟ । ସ୍ଥାନୀୟ ସହରରେ ଦୀର୍ଘ ବର୍ଷର ଧରି ଆଘୋଷିତ ବିଦ୍ୟୁତ୍ କାଟ୍ ର ସମସ୍ୟା ଦେଖା ଦେଇଛି । ଜଟଣୀ ସହର ରାଜଧାନୀ ଉପକଣ୍ଠରେ ଥାଇ ମଧ୍ୟ ଦୀପତଳ ଅନ୍ଧାର ବୋଲି ମନେହୁଏ । କଥା କଥାକେ ମନଇଚ୍ଛା ବିଦ୍ୟୁତ କାଟ ଯୋଗୁଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହର ବାସୀ l ଏପରିକି ଦୈନିକ ୫ଘଣ୍ଟାରୁ ଉର୍ଦ୍ଧ ବିଦ୍ୟୁତ କାଟ ଯୋଗୁଁ ଅଫିସ ଠାରୁ ଆରମ୍ଭ କରି ଘରୋଇ କାର୍ଯ୍ୟ ସବୁ ଠପ ହୋଇ ଯାଉଛି ।
ଜଟଣୀ ସବଡ଼ିଭିଜନ ଅଧିନରେ ଥିବା ଜଟଣୀର ୨ଟି ସେକସନ୍ ଓ ହରିରାଜପୁର ଓ ଯୀଳାକୁ ମିଶାଇ ଏହି ସବଡ଼ିଭିଜନ କାମ କରୁଛି । କିନ୍ତୁ ବିଦ୍ୟୁତ୍‌ ସରବରାହ ଧରି ବିଚ୍ଛିନ୍ନ ରହୁଛି ଯାହାଫଳରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବହୁ ହୃଦରୋଗୀ ଭଳି ଅନେକ ଗୁରୁତର ରୋଗୀ ଓ ଛାତ୍ରଛାତ୍ରୀ ଏହାର ଗଭିର ମାତ୍ରାରେ ସମ୍ମୁଖୀନ ହେଉଛନ୍ତି । ଏଭଳିକି ବର୍ଷା ଋତୁରେ ବିଦ୍ୟୁତ୍ କାଟ୍ ଯୋଗୁଁ ସ୍ଥାନୀୟ ରାସ୍ତାର ଅନ୍ଧକାର ରହୁଛି ଯାହା ଫଳରେ ବିଭିନ୍ନ ସମୟରେ ଯାନ ବାହାନ ଦୁର୍ଘଟଣାର ସମୁଖୀନ ହେଉଛି l କେବଳ ଏତିକି ନୁହେଁ ଘରୋଇ ଲୋକମାନେ ପୁରୁଣା ଯୁଗ ଫେରି ଡ଼ିବି ଓ ଲଣ୍ଡନକୁ ନେଇ ଅଧିକାଂଶ ସମୟ ତାଙ୍କର କାଳ କାଟୁଛନ୍ତି । ଏଥି ବ୍ୟତିତ ବିଦ୍ୟୁତ୍ କାଟର ସୁଯୋଗ ନେଇ ଚୋରମାନେ ସେମାନଙ୍କର ଲୁଟତରାଜ ଚଳାଇବା ଆରମ୍ଭ କଲେଣି । ନିର୍ବାଚନ ସମୟରେ ଜଟଣୀରେ ବିଦ୍ୟୁତ୍ ସମସ୍ୟା ଭଳି ପ୍ରମୁଖ ସମସ୍ୟାକୁ ରାଜନୈତିକ ମୁର୍ଦା କରି ନିର୍ବାଚନ ବୈତରଣୀ ପାର ହୁଅନ୍ତି । ହେଲେ ବଡ଼ ଦୁର୍ଭାଗ୍ୟର କଥା ନିର୍ବାଚନରେ ସରିବାପରେ ଆଉ ସମସ୍ୟା କଥା ମନେ ପଡ଼େନାହିଁ । ଏହି ସମସ୍ୟା ନେଇ ସ୍ଥାନୀୟ ଜନସାଧାରଣ ଫେଡ଼କୋ ଓ ସେସକୋ ଅଧିକାରୀମାନଙ୍କ ସାମ୍ନାରେ ସମସ୍ୟାର ଉପସ୍ଥାପନା କରିଥିଲେ ମଧ୍ୟ ସେମାନେଏହାର କର୍ଣ୍ଣପାତ କରିନଥାନ୍ତି l ବର୍ତ୍ତମାନ ପ୍ରଶ୍ନ ଉଠୁଛି ଜଟଣୀ ଅଞ୍ଚଳ ବାସୀ କେବେ ଏହି ଅଘୋଷିତ ବିଦ୍ୟୁତ କାଟ ଯନ୍ତ୍ରଣାରୁ ମୁକ୍ତି ପାଇବେ l କେବେ ପ୍ରଶାସନର ନଜର ପଡିବ ଏଥିପ୍ରତି l ଏବଂ କେବେ ଏହାର ସ୍ଥାୟୀ ସମାଧାନ ହେବ l

ରିପୋର୍ଟ ସଞ୍ଜୀବ କୁମାର ।