
ଚନ୍ଦ୍ରପୁର,୭/୧୦(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଚନ୍ଦ୍ର ପୁର ବ୍ଲକ ସଦର ମହକୁମାର ପୋଷ୍ଟ ଅଫିସରେ ତାଲା ପଡିରହିଥିବା ଦେଖିବାକୁ ମିଳୁଛି।ଏପରିକି ବିଭିନ୍ନ ଗ୍ରାମର ଲୋକମାନେ ପୋଷ୍ଟ ଅଫିସକୁ ଏମଜି ଏନ ଆର ଇଜି ଏସ କାମ କରୁଥିବା ଲୋକ ମାନଙ୍କ ପାସ ବୁକର ଟଙ୍କା ଉଠାଇବା, ବାନ୍ଦୀବା ଏବଂ ବିଭିନ୍ନ ଚିଠି ,ଆଧାର କାର୍ଡ ଓ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକ ପାଇବାରୁ ବଞ୍ଚୀତ ହେଉଛନ୍ତି ।ପୋଷ୍ଟ ମାଷ୍ଟର ଶ୍ରୀ ବାସୁଦେବ ପାତ୍ର (ମୁନା) ଚନ୍ଦ୍ରପୁର ମୁଖ୍ୟ କାର୍ଯ୍ୟଳୟରେ ନ ରହି ପ୍ରାୟ ୩/୪ ମାସ ହେବ ଅଫିସ ତାଲାପଡି ରହୁଥିବାରୁ ଲୋକମାନେ ବହୁଅସୁବିଧାର ସମୁଖୀନହେଉଥିବା ଦେଖିବାକୁ ମିଳୁଛି।ଏପରିକି ଆରଡି,ସଞ୍ଚୟ ପଇସା ଲୋକ ମାନେ ବାନ୍ଦୀନପାରି ଓ ଡାକ ଯୋଗେଆସୁଥିବା ଚିଠି ପୋଷ୍ଟ ଅଫିସ ଠାରେ ପଡିରହିଥିବା ଯୋଗୁଁ ଜନ ଜୀବନ ଅସୁବିଧାର ସମୁଖିନ ହେଉଛନ୍ତି।ଏଣୁ ଉପରିସ୍ତ ପ୍ରସାସନ ଚନ୍ଦ୍ରପୁର ପୋଷ୍ଟ ଅଫିସ ପ୍ରତି ଦ୍ରୁଷ୍ଟି ଦେଇ କାର୍ଯ୍ୟ ଅନୁଷ୍ଠାନ ନେବାନିମନ୍ତେ ଜନ ସାଧାରଣରେ ମତ ପ୍ରକାଶ କରିଛନ୍ତି ।
ଚନ୍ଦ୍ରପୁର କୈଳାସ ମାଳବିଶୋଇ




