Home ଆଞ୍ଚଳିକ କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

313

ବାଲିଗୁଡା,୭/୧୦ {ଜ଼ିଲ୍ଲା ଖବର} : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପାଟଖଣ୍ଡା ସାହିର ଟୁକୁନା ପାଳଙ୍କ ଝିଅ ଶୀବାନି ସୋମବାର ଠାରୁ ନିଖୋଜ ହୋଇ ଯାଇଥିଲା ପରିବାର ଲୋକେ ବହୁତ ଖୋଜାଖୋଜି କରି ଝିଅ କୁ ନ ପାଇବାପରେ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳ ପ୍ରାୟ 10 ଘଣ୍ଟ ସମୟରେ ଟୁକୁନା ପାଳଙ୍କ ଘର ବାରିପଟରେ ଥିବା ନିଜ କୂଅରେ ଝିଅର ଶବ ଭାସୁଥିବା ଦେଖିବାକୁ ପାଇଥିଲେ | ପରିବାର ଲୋକେ ଏବଂ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସେପଟେ ପ୍ରତିଦିନ ପରିବାର ଲୋକେ କୁଅପାଣି ବ୍ୟବହାର କରୁଥିଲେ ମଧ୍ୟ କିଛି ଆଭାସ ପାଇନଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।ସେପଟେ ଘଟଣାର ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।