
ଭଞ୍ଜନଗର,୬/୧୦(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଉଁଶଲୁଣ୍ଡି ପଞ୍ଚାୟତର ବାଉଁଶଲୁଣ୍ଡି ଗ୍ରାମର ମୂଖ୍ୟରାସ୍ତା ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ନିକଟରେ ଥିବା ଏକ ଦୋକାନରେ ବହୁଦିନର ଧରି ଜଣେ ବୃଦ୍ଧା ଗ୍ୟାସରେ କ୍ଷୀରସିଝାଇ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରୁଥିଲେ l କିନ୍ତୁ ହଠାତ ଆଜି କୋଣସି କାରଣରୁ ଗ୍ୟାସ ଲିକେଜ ହୋଇ ଗ୍ୟାସ ହାଣ୍ଡିକୁ ନିଆ ଲାଗି ଯାଇଥିଲା l ଯାହା ଫଳରେ ସେହି ଆକସ୍ମିକ ଗ୍ୟାସ ଦୁର୍ଘଟଣାର ଶୀକାର ହୋଇ ତାଙ୍କର ପାଦ ଦୁଇଟି ଜଳିଯାଇ ଥିଲା l ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ବିଚଳିତ ହୋଇ ପଡି ଥିବା ବେଳେ ଆମ ଜିଲ୍ଲା ଖବର ଭଞ୍ଜନଗର ପ୍ରତିନିଧି ଶ୍ରୀ ବବି ଅନନ୍ତ ନାଗ ରଥ ସ୍ଥାନୀୟ ଦମକଳ କେନ୍ଦ୍ରକୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ l କିନ୍ତୁ ସେହି ସମୟରେ ସେଠାର ସ୍ଥାନୀୟ ବାସିନ୍ଦା ଶ୍ରୀ ଟୁଟୁ ସାହୁ ନିଆଁକୁ ଲିଭେଇଵାରେ ଚେଷ୍ଟା କରି ସଫଳ ହୋଇଥିଲେ l ତାପରେ ବୃଦ୍ଧାଜଣଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇ ଥିଲା l ବର୍ତ୍ତମାନ ବୃଦ୍ଧ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି l
ରିପୋର୍ଟ ବବି ଅନନ୍ତ ନାଗ ରଥ ।


