
ବାଲିଗୁଡା ,୭/୧୦ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ର ଫୁଲବାଣୀ ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଉଦଘାଟିତ ହୋଇଥିବା ସ୍ୱର୍ଗ ରଥ ର ପ୍ରଥମ ପର୍ଯ୍ୟାୟ ର କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି | ପିଅନ ପଡା ସାହି ର ମାଛ ବ୍ୟବସାୟୀ ରମେଶ ଚନ୍ଦ୍ର ବେହେରା ଙ୍କ ମୃତ୍ୟୁ ହୋଇଥିଲା | ଘର ଲୋକ ସ୍ବେଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନୀଟି କୁ ଖବର ଦେଇଥିଲେ ଟିମ ର ଗାଡି ଆସି ମର ଶରୀର କୁ ସ୍ୱର୍ଗ ରଥ ମାଧ୍ୟମରେ ଫୁଲବାଣୀ ଠାରୁ ଗଞ୍ଜାମ ଜିଲ୍ଲା ସାରୋଳା କୁ ଯାତ୍ରା ଆରମ୍ଭ କରିଛି | ପ୍ରଥମ ଥର ପାଇଁ ସ୍ୱର୍ଗ ରଥ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବାରୁ ସ୍ବେଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନୀଟି ଗର୍ବ ଅନୁଭବ କରିଛି | ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଟିମ ହ୍ୟୁମାନୀଟି ପାଖରୁ ଶୁଣିବାକୁ ମିଳିଛି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



